ବ୍ରହ୍ମପୁରରେ ରହୁଥିବା ପାକିସ୍ତାନ ମହିଳାଙ୍କୁ ପୋଲିସ ପକ୍ଷରୁ ନୋଟିସ୍

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁରରେ ରହୁଥିବା ପାକିସ୍ତାନ ମହିଳାଙ୍କୁ ପୋଲିସ ପକ୍ଷରୁ ନୋଟିସ୍ । ଟାଉନ ଥାନା ମିଲିଟାରୀ ଲାଇନ ସ୍ଥିତ ରହୁଥିବା ପାକିସ୍ତାନ ମହିଳାଙ୍କୁ ନୋଟିସ୍ । ପାକିସ୍ତାନ ମହିଳା ଜଣକ ହେଲେ ମିଲିଟାରୀ ଲାଇନ ବଡ ମସଜିଦ ସାହିର ରାହିମା ଆରା । ରାହିମା ଦୀର୍ଘ ୨୫ ବର୍ଷ ହେଲା ଓଡ଼ିଶାରେ ରହି ଆସୁଛନ୍ତି । କିଛି ବର୍ଷ ପୂର୍ବେ ରାହିମାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି । ରାହିମାଙ୍କ ତିନି ଝିଅ ଥିବା ବେଳେ ସେ ଟାଟା ନଗରରେ ଥିବା ନିଜର ଝିଅ ଜ୍ବାଇଁ ପାଖରେ ରହୁଛନ୍ତି। ବ୍ରହ୍ମପୁରରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ନୋଟିସ୍ ଜାରି କରିଛି ପୋଲିସ । ରାହିମା ପାକିସ୍ତାନୀ ଥିବା ବେଳେ ତାଙ୍କ ସ୍ବାମୀ ଭାରତୀୟ ଥିଲେ । ବିବାହ ପରେ ରାହିମା ନିଜ ସ୍ବାମୀଙ୍କ ସହ ଭାରତ ଆସିଥିଲେ । ଭାରତରେ ଅବସ୍ଥାନ କରିବାକୁ ତାଙ୍କ ନିକଟରେ ଥିବା ଭିସା ଓ ଏହାର ଅବଧି ସମ୍ବନ୍ଧରେ ପୋଲିସ ଯାଞ୍ଚ କରୁଛି।