spot_img

Latest Posts

ନିର୍ବାଚନକୁ ଡରୁଛି ବିଜେପି : ସକାଳେ ବିଜ୍ଞପ୍ତି, ସଂଧ୍ୟାରେ ସ୍ଥଗିତ

ଭୁବନେଶ୍ବର : ସକାଳେ ପଞ୍ଚାୟତ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି, ସନ୍ଧ୍ୟାରେ ସ୍ଥଗିତ। ୨୦୨୪ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ କିଛି କାମ କରିନଥିବାରୁ ଏବେ ଲୋକଙ୍କ ପାଖକୁ ଯିବାକୁ ଭୟ କରୁଛି ବିଜେପି। ଯେଉଁଥି ପାଇଁ ପଞ୍ଚାୟତ ଉପ ନିର୍ବାଚନକୁ ସ୍ଥଗିତ କରାଗଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଲୋକଙ୍କ ପାଖକୁ ଯିବାକୁ ଡରୁଛି ବିଜେପି। ବର୍ଷେ ହେବ ବିଜେପି ସରକାର କେବଳ ରଙ୍ଗ ଓ ନାଁ ପରିବର୍ତ୍ତନରେ ସୀମିତ ରହିଛି। ଗାଁ ଗାଁରେ ସଂପୂର୍ଣ୍ଣ ଠପ୍ ରହିଛି ବିକାଶମୂଳକ କାମ। ସାଧାରଣ ଲୋକଙ୍କ ପାଇଁ କିଛି ଭଲ କରିନି ବିଜେପି ସରକାର। ଏପରିକି ସରକାରରେ କାହାର କାହା ସହ ସମନ୍ୱୟ ନଥିବା ଜଳଜଳ କରି ଦିଶୁଛି। ଯାହାର ଫଳ ସ୍ବରୂପ ନିର୍ବାଚନକୁ ଡରୁଛି ବିଜେପି। ସେହିପରି ନିର୍ବାଚନ ପାଇଁ ବିଜ୍ଞନ୍ତି ପ୍ରକାଶ କରି ସ୍ଥଗିତ କରିବା, ଓଡ଼ିଶା ଇତିହାସରେ ପ୍ରଥମ ଘଟଣା କହି ବିଜେପିଙ୍କୁ ସମାଲୋଚନା କରିଛି ବିଜେଡି।

୪୩ଟି ସରପଞ୍ଚ, ୪୦ ସମିତି ସଭ୍ୟ, ୫ ଜିଲ୍ଲା ପରିଷଦ ଓ ୨୭୨ ୱାର୍ଡ ମେମ୍ବର ପାଇଁ ହୋଇଥାନ୍ତା ଉପ ନିର୍ବାଚନ। ଯଦି ଉପ ନିର୍ବାଚନ ହୋଇଥାନ୍ତା, ତେବେ କୌଣସି ଗୋଟିଏ ଆସନରେ ବି ବିଜୟୀ ହୋଇପାରିନଥାନ୍ତା ବିଜେପି। ଯେଉଁଥି ପାଇଁ ନିର୍ବାଚନକୁ ସ୍ଥଗିତ କରାଗଲା ବୋଲି କହିଛନ୍ତି ପିସିସି ସଭାପତି। ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ୨୦୨୯ ପାଇଁ ଆମେ ପ୍ରସ୍ତୁତ। ଜନମତ କଣ ରହିବ ତାହା ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ। ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ବିରୋଧୀ କ୍ୟାମ୍ପରୁ ଶାସକ ଦଳକୁ କଡା ସମାଲୋଚନା କରାଯାଉଛି। ୨୪ ନିର୍ବାଚନର ବର୍ଷେ ପରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତି କେତେ ଜନମତ ରହିଛି, ତାହା ଜଣାପଡିଥାନ୍ତା। କିନ୍ତୁ ପରାଜୟ ଭୟରେ ବିଜେପି ଉପନିର୍ବାଚନକୁ ସ୍ଥଗିତ ରଖିଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଯାହାକୁ ମାନିବାକୁ ଏକଦମ୍ ନାରାଜ ଶାସକ ଦଳ।

Latest Posts

Don't Miss