ଭୁବନେଶ୍ବରର ୫ ଡାନ୍ସ ବାରକୁ ଅବକାରୀ ବିଭାଗର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ୫ ଡାନ୍ସ ବାରକୁ ଅବକାରୀ ବିଭାଗର କାରଣ ଦର୍ଶାଅ ନୋଟିସ । କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ ଏହି କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିୟମ ଉଲଙ୍ଘନ କରି ଟଙ୍କା ଉଡାଉଥିବା ନେଇ ପ୍ରମାଣ ପାଇଛି ଅବକାରୀ ବିଭାଗ । ପୋଲିସ ଚଢ଼ାଉ ପରେ ଏବେ ନାଇଟ କ୍ଳବ୍, ପବ୍ ଉପରେ ଜୋରଦାର ଚଢାଉ ହେବ। ଆଇନ୍ ଉଲଙ୍ଘନ କରୁଥିଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଆବଶ୍ୟକ ସ୍ଥଳେ ଲାଇସେନ୍ସ ହେବ ରଦ୍ଦ। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ବିଭିନ୍ନ ବାର ଓ ପବ୍ ରେ ଚଢ଼ାଉ କରାଯାଇଛି । ଆଗକୁ ମଧ୍ୟ ବେଫିକର ଭାବେ ରାତିତମାମ ଚାଲୁଥିବା ବାର  ଓ ପବ୍ ରେ ଚଢ଼ାଉ ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉକି, ପୂଜା ଆସୁଥିବାବେଳେ କମିଶନରେଟ ପୋଲିସ ଆକ୍ସନ ମୁଡରେ ନଜର ଆସିଛି । ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡ଼ିକ ଉପରେ ଚଢ଼ଉ କରୁଛି କମିଶନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ୍। ରାଜଧାନୀର କଟକ ରୋଡ୍, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ପଟିଆ ଇନଫୋସିଟିର ଅଞ୍ଚଳର ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢ଼ଉ କରାଯାଇଛି।

ରାତି ସାଢ଼େ ଗୋଟାଏ ଯାଏ ଅନୁମତି ଥିଲେ ମଧ୍ୟ କେତେକ ପବ୍ ଓ ନାଇଟ୍ କ୍ଲବ ବେଆଇନ ଭାବେ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବା ଦେଖିବାକୁ ମିଳିଛି। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏସବୁ ରୋକିବାକୁ କମିଶନରେଟ ପୁଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଏନଫୋର୍ସମେଣ୍ଟ ଟିମ୍ ଦୈନିକ ବେଆଇନ ଭାବେ ବିଳମ୍ବିତ ରାତିଯାଏ ଚାଲୁଥିବା ବାର୍ ଓ ପବ୍ ଗୁଡ଼ିକ ଉପରେ ଚଢ଼ଉ କରୁଥିବା ଦେଖିବାକୁ ମିଳିଛି।