ଆର୍ଯ୍ୟନ ମାମଲା ରଫାଦଫା ନେଇ ଟଙ୍କା ମଗା ଅଭିଯୋଗ ପରେ ଦିଲ୍ଲୀରେ ସମୀର ଓ୍ୱାଙ୍ଖଡେ: ଜାଣନ୍ତୁ କାହିଁକି

ଭୁବନେଶ୍ୱର: ବିବାଦ ବଢ଼ାଇଲା ମୁମ୍ବାଇ ରେଭ୍ ପାର୍ଟି ରେଡ୍ ମାମଲା । ଏହି ମାମଲାରେ ଏବେ ନୂଆ ମୋଡ଼ ଆସିଛି । ଅଡ଼ୁଆରେ ଫସିଛନ୍ତି ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ । ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ମାଗିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏବେ ତତ୍ପର ହୋଇ ଉଠିଛି ଏନସିବି । ଦିଲ୍ଲୀ ମୁଖ୍ୟାଳୟରୁ ଚିଠି ପରେ ଦିଲ୍ଲୀରେ ପହଞ୍ଚିଛନ୍ତି ସମୀର ଓ୍ବାଙ୍ଖଡେ ।

ଆଜି ଏନସିବି ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କୁ ଭେଟିବେ ସମୀର । ଆସିଥିବା ଅଭିଯୋଗକୁ ନେଇ ସମୀର ଓ ସତ୍ୟ ନାରାୟଣଙ୍କ ମଧ୍ୟରେ ହେବ ଚର୍ଚ୍ଚା । ସେପଟେ ଓ୍ବାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଉଚ୍ଚସ୍ତରୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ତଦନ୍ତର ନେତୃତ୍ବ ନେବେ ଏନସିବି ଉପମହାନିର୍ଦ୍ଦେଶକ ଜ୍ଞାନେଶ୍ବର ସିଂହ । ତେବେ ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ ତାଙ୍କ ବିରୋଧରେ ଆସିଥିବା ଏଭଳି ଅଭିଯୋଗକୁ ସେଖଣ୍ଡନ କରିବା ସହ କାହାକୁ ଟଙ୍କା ମାଗିନଥିବା କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ଆତ୍ମସମର୍ପଣ କରିପାରନ୍ତି ମୁମ୍ବାଇ ଡ୍ରଗ୍ସ ମାମଲାର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତି କିରଣ ଗୋସାଭି

Leave a Reply