କୋଭିଡ୍ କଟକଣା ଉଲଂଘନ କରି ଜରିମାନା ଦେଲା ପୂଜା କମିଟି…

1 min read

ଭୁବନେଶ୍ୱର: ପୂଜା ମଣ୍ଡପରେ କୋଭିଡ୍ କଟକଣା ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଭୁବନେଶ୍ୱର ପଟିଆ ପୂଜା ମଣ୍ଡପ ଆଜି କୋଭିଡ୍ କଟକଣାର ଉଲଂଘନ କରିଛି । କମିଶନରେଟ୍ ପୋଲିସ ଉକ୍ତ ପୂଜା ମଣ୍ଡପଠାରୁ ଜରିମାନା ଆଦାୟ କରିଛି । ସୂଚନା ଅନୁଯାୟୀ, ପଟିଆ ପୂଜା ମଣ୍ଡପରେ ଆଜି କିଛି ଭକ୍ତଙ୍କୁ ଦର୍ଶନ ପାଇ ଛଡା ଯାଇଥିବାର ଦେଖିବାକୁ ମିଳିଥିଲା ।

ଏନେଇ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ ପୂଜା ମଣ୍ଡପଠାରେ ପହଞ୍ଚି ପୂଜା ମଣ୍ଡପର କର୍ମକର୍ତ୍ତାମାନଙ୍କଠାରୁ ଜରିମାନା ଆଦାୟ କରିଛି । ତେବେ କମିଶନରେଟ୍ ପୋଲିସ ଟ୍ୱିଟ୍ କରି ଏନେଇ ସୂଚନା ଦେଇଥିବା ବେଳେ ପୂଜା ମଣ୍ଡପରେ କଟକଣାକୁ ମାନିବା ପାଇଁ ସାଧାରଣରେ ଅପିଲ୍ କରିଛନ୍ତି ।

Leave a Reply