କୋଭିଡ୍ କଟକଣା ଉଲଂଘନ କରି ଜରିମାନା ଦେଲା ପୂଜା କମିଟି…
1 min readଭୁବନେଶ୍ୱର: ପୂଜା ମଣ୍ଡପରେ କୋଭିଡ୍ କଟକଣା ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଭୁବନେଶ୍ୱର ପଟିଆ ପୂଜା ମଣ୍ଡପ ଆଜି କୋଭିଡ୍ କଟକଣାର ଉଲଂଘନ କରିଛି । କମିଶନରେଟ୍ ପୋଲିସ ଉକ୍ତ ପୂଜା ମଣ୍ଡପଠାରୁ ଜରିମାନା ଆଦାୟ କରିଛି । ସୂଚନା ଅନୁଯାୟୀ, ପଟିଆ ପୂଜା ମଣ୍ଡପରେ ଆଜି କିଛି ଭକ୍ତଙ୍କୁ ଦର୍ଶନ ପାଇ ଛଡା ଯାଇଥିବାର ଦେଖିବାକୁ ମିଳିଥିଲା ।
UPD BBSR fined one Puja Pendal at Patia for violating Covid guidelines and allowing some people for darshan. We appeal all to strictly adhere to Covid-19 guidelines.@cpbbsrctc @DGPOdisha @odisha_police
— DCP Bhubaneswar (@dcpbbsr) October 24, 2020
ଏନେଇ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ ପୂଜା ମଣ୍ଡପଠାରେ ପହଞ୍ଚି ପୂଜା ମଣ୍ଡପର କର୍ମକର୍ତ୍ତାମାନଙ୍କଠାରୁ ଜରିମାନା ଆଦାୟ କରିଛି । ତେବେ କମିଶନରେଟ୍ ପୋଲିସ ଟ୍ୱିଟ୍ କରି ଏନେଇ ସୂଚନା ଦେଇଥିବା ବେଳେ ପୂଜା ମଣ୍ଡପରେ କଟକଣାକୁ ମାନିବା ପାଇଁ ସାଧାରଣରେ ଅପିଲ୍ କରିଛନ୍ତି ।