କରୋନା ନୁହେଁ, ପିଶାଚ ଭୟରେ ଗାଁ’ରେ ତାଲା

ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଅଜବ ଘଟଣା । ପିଶାଚ ଭୟରେ ପୂରା ଗାଁ’ରେ ତାଲା । ଭେନେଲାଭାଲସା ଗାଁ’ର ପ୍ରତ୍ୟେକଟି ପରିବାର ଜାଣିଶୁଣି ଗାଁ’ରେ ଲକଡାଉନ୍‌ ଲାଗୁ କରିଛନ୍ତି । ତେବେ ଗତ ଏକ ମାସରେ ଚାରିଜଣ ଗ୍ରାମବାସୀଙ୍କର ମୃତ୍ୟୁ ହେବା ପରଠାରୁ ଗାଁ ଲୋକଙ୍କୁ ଘାରିଛି ପିଶାଚ ଭୟ ।

କେବଳ ଗାଁ କାହିଁକି ସରକାରୀ ଅଫିସରେ ମଧ୍ୟ ତାଲା ଝୁଲୁଛି । ବାହାରର ଲୋକଙ୍କୁ ଗାଁ ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି ।  ଗାଁ’ର ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଠାରୁ ଆରମ୍ଭ କରି ସ୍କୁଲ ସବୁ ବନ୍ଦ । ବାହାରର ଲୋକଙ୍କୁ ଅନୁମତି ନଥିବାରୁ ଡାକ୍ତରଖାନାରେ ମଧ୍ୟ ତାଲା ଝୁଲୁଛି ।

ଶ୍ରୀକାକୁଲମ ଜିଲ୍ଲାର ସରୁବୁଜିଲ୍ଲି ମଣ୍ଡଳରେ ଅବସ୍ଥିତ ଏହି ଗାଁ ।  ଯାହା ଓଡ଼ିଶା ସୀମାରେଖା ସହିତ ସଂଲଗ୍ନ । ଗ୍ରାମବାସୀଙ୍କ କହିବା ହେଉଛି ଗତ କିଛି ଦିନ ହେବ ଗାଁର କିଛି ଲୋକ ଜ୍ୱରରେ ପିଡ଼ିତ ଥିଲେ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଲୋକଙ୍କ କହିବା ହେଉଛି ରୋଗ ନୁହେଁ ବରଂ ପିଶାଚ ପାଇଁ ଲୋକଙ୍କ ଜୀବନ ଯାଇଛି ।

ଗାଁର ବୟସ୍କ  ପଡ଼ୋଶୀ ରାଜ୍ୟ ବା ଓଡ଼ିଶାର କିଛଇ ପୁରୋହିତଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ । ଯେଉଁମାନେ ତାଙ୍କୁ ଲକଡାଉନ୍‌ କରିବାକୁ ପରାମର୍ଶ ଦେଇଥିଲେ । ଏହାକୁ ବାଦ୍‌ ଦେଲେ ଗାଁର ଚାରିପାଖରେ  ଲେମ୍ବୁ ମଧ୍ୟ ପେତି ଦିଆଯାଇଛି ।