spot_img

Latest Posts

କର୍ଣ୍ଣାଟକରେ ହୋଇପାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ, ପାଓ୍ୱାର କରିଡରରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ପରେ କର୍ଣ୍ଣାଟକରେ ହେବେ କି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ। ଏନେଇ ପାଓ୍ୱାର କରିଡରରେ ଆରମ୍ଭ ହୋଇଛି ଚର୍ଚ୍ଚା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପାଙ୍କ ବିରୋଧରେ ଉଗ୍ର ହେଉଛି ଦଳୀୟ ଅସନ୍ତୋଷ। ୟେଦୁରପ୍ପାଙ୍କୁ ପଦରୁ ହଟାଇବାକୁ ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ହାଇକମାଣ୍ଡଙ୍କ ନିକଟରେ ଦାବି କରିଆସୁଛନ୍ତି। ଏଭଳି ସମୟରେ ଗତକାଲି ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ୟେଦୁରପ୍ପା। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ୟେଦ୍ୟୁରପ୍ପା ଭେଟିବାର ସମ୍ଭାବନା ରହିଛି। କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଦୀର୍ଘ ମାସ ହେଲା ଚର୍ଚ୍ଚା ହେଉଛି। ୟେଦ୍ୟୁରପ୍ପାଙ୍କ ବଦଳରେ ତାଙ୍କ ପୁଅ ସରକାର ଚଳାଉଥିବା ବାରମ୍ବାର ଅଭିଯୋଗ ହୋଇଛି। ଏଭଳି ସମୟରେ ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ ଭେଟଘାଟ ରାଜ୍ୟରେ ସତ୍ତା ପରିବର୍ତ୍ତନର ସୂଚନା ଦେଉଛି। ୟେଦ୍ୟୁରପ୍ପାଙ୍କୁ ନେଇ ବିଜେପି ମଧ୍ୟ ରିସ୍କ ନେବାକୁ ଚାହୁଁନାହିଁ। ତେଣୁ ଖୁବଶୀଘ୍ର କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପରିବର୍ତ୍ତନର ଆଭାସ ମିଳୁଛି। ମାତ୍ର ଚର୍ଚ୍ଚାକୁ ୟେଦ୍ୟୁରପ୍ପା ଖଣ୍ଡନ କରିଛନ୍ତି।

Latest Posts

Don't Miss