spot_img

Latest Posts

ଏଣିକି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଉଚ୍ଚଶିକ୍ଷା ବିଭାଗ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି। ଏନେଇ ଆଜି ଉଚଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅନୁସାରେ ରାଜ୍ୟ ସରକାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିଛନ୍ତି। ଏ ବିଶ୍ୱବିଦ୍ୟାଳୟ ୧୩ ଜୁଲାଇ ୧୯୯୮ରେ ସ୍ଥାପନ କରାଯାଇଥିଲା। ଆଜିଠାରୁ ଏହା ମୟୁରଭଞ୍ଜର ତତ୍କାଳୀନ ମହାରାଜା ତଥା ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ପରିଚିତ ହେବ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ଅବସରରେ ମହାରାଜାଙ୍କ ଅବଦାନକୁ ମନେପକାଇ ବାରିପଦାସ୍ଥିତ ଏହି ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ବାରିପଦାରେ ଥିବା ଶ୍ରୀ ରାମଚନ୍ଦ୍ର ପାଠାଗାର ଯାହା ଜୁବୁଲି ଲାଇବ୍ରେରୀ ଭାବରେ ପରିଚିତ ତାହାର ପୁନରୁଦ୍ଧାର ପାଇଁ ଘୋଷଣା କରିଥିଲେ। ଏହି କ୍ରମରେ ରାଜ୍ୟ ଭାଷା ସଂସ୍କୃତି ବିଭାଗ ପାଠାଗାରର ନବୀକରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି

Latest Posts

Don't Miss