‘ମମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଗୋବିନ୍ଦ ସାହୁ’

ବଲାଙ୍ଗୀର: ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଗୋବିନ୍ଦ ସାହୁ । ୮ତାରିଖରେ ଗାଡ଼ି ଭିତରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ୯ ତାରିଖରେ ମୃତଦେହକୁ ପୋଡ଼ି ନଷ୍ଟ କରିବାକୁ ଉଦ୍ୟମ ହୋଇଥିଲା । ତେବେ ତଣ୍ଟିଚିପି କି ଅନ୍ୟ ଉପାୟରେ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇପାରିନଥିବା ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗୋବିନ୍ଦ ପରକୀୟା ପ୍ରୀତି ବିଷୟରେ ମମିତା ଜାଣିଥିଲେ । ସେଥିପାଇଁ ମମିତାଙ୍କୁ ରାସ୍ତାରୁ ହଟାଇବା ଯୋଜନା କରିଥିଲା ଗୋବିନ୍ଦ । ସିସିଟିଭି ଫୁଟେଜରୁ ପ୍ରମାଣ ସଂଗ୍ରହ ହୋଇଛି । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଥିବା ଉତ୍ତରାଞ୍ଚଳ ଡିଆଇଜିଙ୍କ ପକ୍ଷରୁ କୁହାଯାଇଛି । ଅରପପକ୍ଷରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ମମିତା ମେହେରଙ୍କୁ ହତ୍ୟା ମାମଲା: ବଲାଙ୍ଗୀର ଓ କଳାହାଣ୍ଡି ଏସ୍‌ପିଙ୍କୁ ରିପୋର୍ଟ ତଲବ

Leave a Reply