spot_img

Latest Posts

ଉତ୍ତର ଓଡ଼ିଶା ବନ୍ୟା ସ୍ଥିତି: କମୁଛି ବର୍ଷା, ଜଳ ନିଷ୍କାସନ ପାଇଁ ଲାଗିବ ଆହୁରି ୩ ଦିନ

ନନ୍ଦିଘୋଷ ବ୍ୟୁରୋ; ଉତ୍ତର ଓଡ଼ିଶା ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ବ୍ରାହ୍ମଣୀ ଉପରେ ସତର୍କ ନଜର ରଖାଯାଇଛି । ଝାରସୁଗୁଡାରେ ବର୍ଷା ହୋଇ ପାରେ । ଆଜି ସକାଳ ୮ ଟା ଯାଏଁ ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ବରଗଡରେ ଅଧିକ ବର୍ଷା ହୋଇଛି । ମୟୂରଭଞ୍ଜ ବାହଲଦାରେ ସର୍ବାଧିକ ବର୍ଷା ହୋଇଛି। ୧୦ ଜିଲ୍ଲାରେ ଶହେ ମିଳିମିଟର ଉପରେ ବର୍ଷା ହୋଇଛି । ବୈତରଣୀ ଆଖୁଆପଦାରେ କମୁଛି ଜଳସ୍ତର। ହେଲେ ଜଳ ନିଷ୍କାସନ ହେବାକୁ ଆହୁରି ୩ ଦିନ ଲାଗିବ । ବ୍ରାହ୍ମଣୀରେ ପାଣି କମିଛି । ସେଠି ରେଙ୍ଗାଲିର ଦୁଇଟି ଗେଟ ଖୋଲା ଅଛି । ବ୍ରାହ୍ମଣୀ ଉପରମୁଣ୍ଡରେ ହୋଇଥିବା ବର୍ଷା ପ୍ରଭାବ ଦିନକ ପରେ ଦେଖା ଯିବ । ଆଉ ଏକ ଲଘୁଚାପ ଆସୁଥିବାରୁ ପାଣି ଛାଡିବାରେ ସମୟ ଲାଗୁଛି। ଝାଡ଼ଖଣ୍ଡରେ ଅଧିକ ବର୍ଷା ହୋଇଛି । ସେଠାର ଗାଲୁଡିହି ଡ୍ୟାମରୁ ଅଧିକ ପାଣି ଛାଡ଼ିବ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ବିପଦ ସଂକେତକୁ ଯିବ । ହେଲେ ବନ୍ୟା ହେବନି ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି । ବୁଢାବଳଙ୍ଗରେ ସନ୍ଧ୍ୟା ସୁଦ୍ଧା ପାଣି କମିବ. ହୀରାକୁଦ ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ୩ଟି ଗେଟ ଖୋଲା ଅଛି। ହୀରାକୁଦ ଜଳ ଭଣ୍ଡାରରେ ୬୧୯.୯୭ ଫୁଟ ପାଣି ଅଛି ।

Latest Posts

Don't Miss