କରୋନା ଭିତରେ ଭୟଙ୍କର ଖବର: ଉତ୍ତର କୋରିଆର ରାଷ୍ଟ୍ରପତି ବ୍ରେନ ଡେଡ୍ !

1 min read

ନ୍ୟୁୟର୍କ: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ ବ୍ରେନ ଡେଡ୍ । ହୁଏତ ସେ ଆଉ କମ୍ ସମୟ ପାଇଁ ବଞ୍ଚିବେ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ କି ଆମେ ଏମିତି କଣ କହୁଛୁ ଏହା ଆମେ ନୁହେଁ ଏହା  ଆମେରିକୀୟ ମିଡ଼ିଆ କହୁଛି । NBCର ସମ୍ବାଦ ଦାତା କେଟି ତୁର ନିଜ ଟ୍ୱିଟ୍ ଆକାଣ୍ଟରୁ ପୋଷ୍ଟ କରିଥିଲେ ଯେ, ଆମେରିକିୟ ଅଧିକାରୀଙ୍କ ଅନୁସାରେ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗଙ୍କ ବ୍ରେନ ଡେଡ୍ ହୋଇଯାଇଛି । ଯଦିଓ କିଛି ସମୟପରେ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିଲା । ଏବଂ କହିଥିଲେ ସେ ଏନେଇ ଅଧିକ ସୂଚନାର ଅପେକ୍ଷା କରିଛନ୍ତି ।

ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ ନିଜ ଜେଜଙ୍କ ଜନ୍ମଦିନରେ ସାମିଲ ହୋଇପାରି ନଥିଲେ ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ନେଇ ଚର୍ଚ୍ଚା ହେଉଛି । ଯଦିଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କାହିଁକି ଖରାପ ଅଛି ସେନେଇ କୌଣସି ତଥ୍ୟ ମିଳିପାରି ନଥିଲା ।

ଦକ୍ଷିଣ କୋରିଆର ଏକ ୱେବସାଇଟ୍ ଡେଲି ଏନକେର ରିପୋର୍ଟ ଅନୁଯାୟୀ କିମ ଜୋଙ୍ଗ ଉନଙ୍କୁ ଏପ୍ରିଲ ୧୨ ରେ ହୃଦ୍‌ରୋଗ ସମ୍ବନ୍ଧିୟ କିଛି ସମସ୍ୟା ଥିବା ଜଣାପଡ଼ିଥିଲା । ନ୍ୟୁଜ୍ ସାଇଟ୍ ଅନୁଯାୟୀ, ଅତ୍ୟଧିକ ଧୂମପାନ, ମେଦ ବହୁଳତା ଏବଂ ଅତ୍ୟଧିକ କାର୍ଯ୍ୟକରୁଥିବାରୁ କିମଙ୍କର ହୃଦରୋଗ ଜନିତ ସମସ୍ୟା ଥିଲା । ବର୍ତ୍ତମାନ ସେ ହାଙ୍ଗସାନ ଜିଲ୍ଲାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 

ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ, କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ତାଙ୍କ ମେଡ଼ିକାଲର ଟିମର ଅଧିକାଂଶ ସଦସ୍ୟ ଏପ୍ରିଲ ୧୯ରେ ପ୍ୟୋଙ୍ଗୟାଙ୍ଗକୁ ଫେରିଥିଲେ ଏବଂ କିଛି ସଦସ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ହେବାଯାଏଁ ତାଙ୍କ ସାଙ୍ଗରେ ହିଁ ରହିଛନ୍ତି ।

ତେବେ ଉତ୍ତର କୋରିଆ ବିଷୟରେ କୌଣସି ସୂଚନା ବାହାର କରିବା ଅତ୍ୟନ୍ତ କଷ୍ଟକର । କାରଣ ଉତ୍ତର କୋରିଆ ଏହାର ନେତାଙ୍କ ସହ ଜଡିତ ପ୍ରତ୍ୟେକ ତଥ୍ୟକୁ ଅତ୍ୟନ୍ତ ଗୋପନୀୟ ରଖେ । ଉତ୍ତର କୋରିଆର ଗଣମାଧ୍ୟମ ସ୍ୱାଧୀନ ନୁହେଁ ଏବଂ ଯେତେବେଳେ କିମ୍ ଜୋଙ୍ଗଙ୍କ କଥା ଆସେ, ସେତେବେଳେ ମିଡିଆ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରେ ।

କିମ ଜୋଙ୍ଗ ଗତ ଏପ୍ରିଲ ୧୧ରେ ଗଣମାଧ୍ୟମ ସାମ୍ନା କରିଥିଲେ । କିନ୍ତୁ ଏପ୍ରିଲ ୧୫ରେ, ସେ ଉତ୍ତର କୋରିଆର ଜାତୀୟ ଛୁଟିଦିନ ଏବଂ କିମ୍ ଇନ ସଂଗ କିମ୍ ଜେଙ୍ଗ ଜେଜେଙ୍କ ଜନ୍ମଦିନରେ ସାମିଲ ହୋଇ ନଥିଲେ । ଯେତେବେଳେ ଉତ୍ତର କୋରିଆର କୌଣସି ପ୍ରମୁଖ ଘଟଣାରେ ଜଣେ ନେତା ଅନୁପସ୍ଥିତ ରହନ୍ତି, ସେତେବେଳେ ତାଙ୍କୁ ନେଇ ବଡ଼ ଘଟଣା କ୍ରମ ସାମ୍ନାକୁ ଆସେ । ତଥାପି, ବେଳେବେଳେ ଏହା ମଧ୍ୟ ଏକ ଗୁଜବ ଭାବେ ପ୍ରମାଣିତ ହୋଇଥାଏ ।

ଆମେରିକାର ଇଣ୍ଟେଲିଜେନ୍ସ ଏଜେନ୍ସିର ଡେପୁଟି ଚିଫ୍ ଥିବା ବ୍ରୁସ୍ କଲିଙ୍ଗନର୍ ସିଏନ୍ଏନ୍ କୁ କହିଛନ୍ତି ଯେ, କିମଙ୍କ ସ୍ୱାସ୍ଥ୍ୟ ବିଷୟରେ ଧୂମପାନ, ହୃଦୟ ଏବଂ ବ୍ରେନ ଡେଡ୍ ସମେତ ଅନେକ ଗୁଜବ ପ୍ରଚାରିତ ହୋଇଛି । ତେବେ ବିଗତ ଅନେକ ବର୍ଷ ଧରି କିମ ଜୋଙ୍ଗ ଉନ ଏବଂ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ଥର ଗୁଜବ ପ୍ରଚାରିତ ହୋଇଥିଲା। ଆମକୁ ଅପେକ୍ଷା କରିବାକୁ ପଡିବ ।

୨୦୦୮ରେ ଉତ୍ତର କୋରିଆର ୬୦ତମ ବର୍ଷ ପୂର୍ତ୍ତିର ପ୍ୟାରେଡରେ କିମ୍ ଜୋଙ୍ଗ ଉନ ତାଙ୍କ ବାପା କିମ୍ ଜୋଙ୍ଗ ଇଲ୍ ନଜର ଆସିନଥିଲେ ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ଚର୍ଚ୍ଚା ହୋଇଥିଲା ପରେ ଜଣା ପଡ଼ିଥିଲା ଯେ ତାଙ୍କୁ ହାର୍ଟ ଷ୍ଟ୍ରୋକ ଆସିଥିଲା ଏବଂ ତାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା ଏବଂ ୨୦୧୧ରେ ତାଙ୍କ ଦେହାନ୍ତ ହୋଇଥିଲା ।

୨୦୧୪ରେ, କିମ ଜୋଙ୍ଗ ଉନ ଏକ ମାସରୁ ଅଧିକ ସମୟ ପାଇଁ ଜନସାଧାରଣଙ୍କଠାରୁ ଗାଏବ୍ ହୋଇଯାଇଥିଲେ । ସେତେବେଳେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କଳ୍ପନାଜଳ୍ପନା କରାଯାଇଥିଲା।  ମାତ୍ର କିଛି ଦିନ ପରେ ଦକ୍ଷିଣ କୋରିଆର ଇଣ୍ଟେସିଜେନ୍ସ ଦାବି କରିଥିଲା ​​ଯେ ସେ ଅସ୍ତ୍ରୋପଚାର କରି ଫେରିଛନ୍ତି ।

Leave a Reply