କିମ୍ ଜଙ୍ଗଙ୍କ ସେନାର କାରନାମା ଦେଖି ବିଶ୍ବ ଚକିତ

ଦୁର୍ଦ୍ଦଶ ଉତ୍ତର କୋରିଆ ଯବାନଙ୍କ କାରନାମା ଦେଖି ବିଶ୍ବ ଚକିତ। ନିଜେ ତାନାଶାହ କିମ୍ ଜଙ୍ଗ୍ ଉନ ବି ଆଶ୍ଚର୍ଯ୍ୟ। ତାଳି ମାରି ଯବାନଙ୍କୁ କଲେ ଉତ୍ସାହିତ। ଯିଏ ବି ଏହି ଭିଡିଓ ଦେଖୁଛନ୍ତି, ଉତ୍ତର କୋରିଆ ଯବାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଉତ୍ତର କୋରିଆରେ ଆୟୋଜିତ ହୋଇ ଯାଇଛି ସେଲ୍ଫ ଡିଫେନ୍ସ ୨୦୨୧। ଏଥିରେ କିମଙ୍କ ଯବାନ ମୁଣ୍ଡରେ ଇଟା ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା। ବେକରେ ମୋଡ଼ି ବଙ୍କା କରି ଦେଇଥିଲେ ଲୁହା ରଡ୍। ସେତିକି ନୁହେଁ, ଭଙ୍ଗା କାଚ ଉପରେ ଶୋଇ ଦେଖାଇଲେ କଳା କୌଶଳ।

ସବୁବେଳେ ନିଜ ଶକ୍ତି ପ୍ରଦର୍ଶନ କରି ବିଶ୍ବର ଅନ୍ୟ ମହାଶକ୍ତିଙ୍କୁ ଭୟଭିତ କରିବାକୁ ପ୍ରୟାସ କରୁଥିବା କିମ୍ ଏଥର ସେଲ୍ଫ ଡିଫେନ୍ସକୁ ମାଧ୍ୟମ କରିଛନ୍ତି। ପ୍ରଦର୍ଶନୀରେ ଯବାନଙ୍କ ଏପରି କାରନାମା ଦେଖାଇ ଆମେରିକା ହେଉ କି ଚିର ଶତ୍ରୁ ଦକ୍ଷିଣ କୋରିଆ ସେନା ମଧ୍ୟରେ ଭୟ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି କିମ୍ ଜଙ୍ଗ।

ଭିଡିଓରେ ଦେଖିବାକୁ ମିଳୁଛି, କିମଙ୍କ ଯବାନ ଭଙ୍ଗା କାଚ ଓ କଣ୍ଟା ଉପରେ ଶୋଇ ରହିଛନ୍ତି। ଶରୀରରେ ସିମେଣ୍ଟ ସ୍ଲାବ୍ ରଖି ହାତୁଡ଼ିରେ ଭାଙ୍ଗୁଛନ୍ତି। ସେତିକି ନୁହେଁ, ଦେହରେ ବନ୍ଧା ଯାଇଥିବା ଜଞ୍ଜିରକୁ ମଧ୍ୟ ଛିଡ଼ାଇ ଦେଉଛନ୍ତି। ଏହି ପ୍ରଦର୍ଶନୀରେ କେବଳ ଯବାନମାନେ କଳାକୌଶଳ ଦେଖାଇ ନଥିଲେ। ବିଧ୍ବଂସକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା।

ସେପଟେ ସୋସିଆଲ ମିଡିଆରେ କିଛି ୟୁଜର୍ ଏହାକୁ ଇଣ୍ଡିଆା ଗଟ୍ ଟ୍ୟାଲେଣ୍ଟ ସହ ତୁଳନା କରିଛନ୍ତି।

Leave a Reply