ଉତ୍ତର କୋରିଆର ନୂଆ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ: ପୂରା ଆମେରିକାକୁ କରିପାରେ ଧ୍ୱଂସ

1 min read

ପୋଙ୍ଗୟାଙ୍ଗ: ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ । ପୂରା ଆମେରିକାକୁ ଧ୍ୱଂସ କରିଦେବା ଭଳି ମିସାଇଲ୍‌ର ପରୀକ୍ଷଣ କରି ଏବେ ପୁଣି ଚର୍ଚ୍ଚାରେ ଏହି କୋରିଆନ୍ ରାଷ୍ଟ୍ର ।  ଦେଶର ପ୍ରତିଷ୍ଠା ଦିବସରେ ଏହି ନୂଆ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି । ଆଉ ଏହି ମିସାଇଲକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମିସାଇଲ୍ ବୋଲି ଦାବି କରିଛି ଉତ୍ତରକୋରିଆ । କେବଳ ଗୋଟିଏ ନୁହେଁ ଏଭଳି ୪ ମିସାଇଲ ରହିଛି ଉତ୍ତର କୋରିଆ ପାଖରେ । ଆଉ ଏହି ଖବର ପ୍ରଚାରିତ ହେବା ଉତ୍ତର କୋରିଆକୁ ନେଇ ଆରମ୍ଭ ହୋଇଯାଇଛି ନାନା ଆଲୋଚନା । ଏଭଳି କି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହ ମଧ୍ୟ ଉତ୍ତର କୋରିଆକୁ ତୁଳାନା କରାଯାଉଛି । ବିଶେଷଜ୍ଞଙ୍କ ମତରେ କୌଣସି ପରିସ୍ଥିତିରେ ଯଦି ଆମେରିକା ଓ ଉତ୍ତର କୋରିଆ ମଧ୍ୟ ଯୁଦ୍ଧ ଉପୁଜେ ତେବେ ଏହାର ମୁକାବିଲା କରିବା ଆମେରିକା ପାଇଁ ଆଉ ସେତେଟା ସହଜ ହେବନି ।  ତେବେ ଆସନ୍ତୁ ଜାଣିବା ଏହି ମିସାଇଲ୍ କେତେ ଶକ୍ତିଶାଳୀ ।

Hwasong-5 ('Scud B' Variant) | Missile Threat

ଉତ୍ତର କୋରିଆ ଛୋଟ ଦେଶ ହୋଇଥିଲେ ମଧ୍ୟ ନିଜ ସୈନ୍ୟ ବଳ ଲଗାତାର ବୃଦ୍ଧି କରୁଛି । ନିକଟରେ ଉତ୍ତର କୋରିଆ ଏକ ନୂଆ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ (ଆଇସିବିଏମ୍)ର ପରୀକ୍ଷଣ କରିଛି । ଯାହାର ନାମ ହେଉଛି ହବାସୋଙ୍ଗ-୧୫ ରହିଛି । ଜାପାନୀ ଖବର ସରବରାହ ସଂସ୍ଥା ମୁତାବକ ଉତ୍ତର କୋରିଆ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଉତ୍ତର କୋରିଆକୁ ପରମାଣୁ ଶକ୍ତି ସମ୍ପନ୍ନ ଅପରାଜେୟ ଦେଶ ଭାବେ ଅଭିହିତ କରାଯାଇଛି । ଉତ୍ତରକୋରିଆ ଏକ ଏଭଳି ଦେଶ ଯାହା ନିକଟରେ ସବୁ ପ୍ରକାର ପରମାଣୁ ଶକ୍ତି ରହିଛି । ଯାହା କୌଣସି ବିକଶିତ ରାଷ୍ଟ୍ର ପାଖରେ ରହିଥାଏ । ପରମାଣୁ ବମ୍, ହାଇଡ୍ରୋଜନ୍ ବମ୍ ରହିବା ସହ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍‌ର ପରୀକ୍ଷଣ ମଧ୍ୟ ହୋଇଛି  । ଏଭଳି ସ୍ଥିତିରେ ଯଦି ଆମେରିକା ଅବା ଅନ୍ୟ କୌଣସି ଦେଶ ସହ ଉତ୍ତର କୋରିଆ ମୁହାଁମୁହିଁ ହୁଏ ତେବେ ସ୍ଥିତି ବିପକ୍ଷ ଦେଶର ଅତି ଗମ୍ଭୀର ହୋଇଯିବ ।

ଅପରପକ୍ଷରେ ଉତ୍ତର-କୋରିଆର ଏଭଳି ବର୍ଦ୍ଧିତ ଶକ୍ତିକୁ ସ୍ୱୀକାର କରିଛି ଆମେରିକା । ଆମେରିକୀୟ ଗଣମାଧ୍ୟମ ଭକ୍ସ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଓବାମା ଶାସନ ସମୟରେ ପେଣ୍ଟାଗନର ଟପ୍ ଅଧିକାରୀ ଥିବା ପୂର୍ବ ନେଭି ଅଫିସର ଜେମ୍ସ ଷ୍ଟ୍ରେବରିଡାଇସ୍‌ଙ୍କ ଅନୁଯାୟୀ ଉତ୍ତର କୋରିଆ ସହ ଯୁଦ୍ଧ ବହୁ କଷ୍ଟକର ହେବ  । ଏହାର କାରଣ ଏହା ନୁହେଁ ଯେ,   ଉତ୍ତର କୋରିଆ ପାଖରେ ପରମାଣ ଅସ୍ତ୍ରଶସ୍ତ୍ର ରହିଛି । ଯାହା ଅତି ନିକଟରୁ ଅତି ଦୂରରେ ଥିବା ଟାର୍ଗେଟକୁ ଧ୍ୱସଂ କରିପାରିବ । ଏହାର ମୁଖ୍ୟ କାରଣ ହେଉଛି ଯେ, ଉତ୍ତର କୋରିଆ ପାଖରେ ଅସୀମିତ ସଂଖ୍ୟାରେ ରକେଟ ଲଞ୍ଚର ରହିଛି ।

କଂଗ୍ରେସନାଲ୍ ରିସର୍ଚ୍ଚ ସର୍ଭିସ (Congressional Research Service)ର ଅନୁମାନ ଯେ, କିମଙ୍କ ନିକଟରେ ଦୁନିଆର ସବୁଠାରୁ ଘାତକ ରସାୟନିକ ହତିଆର ରହିଛି । ସେଠାକାର ସୈନିକଙ୍କ ନିକଟରେ ଅଢ଼େଇ ହଜାରରୁ ୫ ହଜାର ମେଟ୍ରିକ ଟନ ଯାଏଁ ପ୍ରାଣଘାତକ ନର୍ଭ ଏଜେଣ୍ଟସ୍ ରହିଛି । ଯାହାର ପ୍ରୟୋଗ ମାତ୍ରକେ ଲକ୍ଷ ଲକ୍ଷ ଲୋକ ଥରକେ ପ୍ରାଣ ହରାଇବେ । ଆମେରିକା ଅବା ଅନ୍ୟ କୌଣସି ଦେଶ ଅଧିକ ଆକ୍ରୋଶ ପ୍ରଦର୍ଶନ ତେବେ ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍ କେମିକାଲ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବାକୁ ତିଳେମାତ୍ର ବିଳମ୍ୱ କରିବେନାହିଁ ।

ତେବେ ହବାସୋଙ୍ଗ-୧୫ ମିସାଇଲ ପାଖାପାଖି ୧୩ ହଜାର କିଲୋମିଟର ଯାଏଁ ଲକ୍ଷ ଭେଦ କରିପାରିବ ବୋଲି କହିଛି ଉତ୍ତର କୋରିଆ । ନିଜ ଦେଶର ପ୍ରତିଷ୍ଠା ଦିବସ ଅବସରରେ ସେଠାକାର ଜନତା ଏବଂ ବିଶ୍ୱବାସୀଙ୍କୁ ନଜରକୁ ଏହି ମିସାଇଲକୁ ଅଣାଯାଇଥିଲା । ଏହି ମିସାଇଲ୍ ତରଳ ଇନ୍ଦନରେ ଚାଲିଥାଏ । ଏଣୁ ଏହା ଏୟାର ଡିଫେନ୍ସ ସିଷ୍ଟମ୍ ସ୍କାନ୍‌ରେ ମଧ୍ୟ ଆସିନଥାଏ ।

ତେବେ ଭାରତ ପାଖରେ ମଧ୍ୟ ବିଧ୍ୱଂସକାରୀ ବ୍ରହ୍ମୋସ୍ ମିସାଇଲ ରହିଛି । ଯାହା ଦୁନିଆର ସବୁଠାରୁ ଶକ୍ତିଶାଳୀ ଭାବେ ବିବେଚିତ । ଭାରତର ବ୍ରହ୍ମପୁତ୍ର ଏବଂ ଋଷର ମସ୍କବା ନଦୀର ନାମରେ ଏହି ମିସାଇଲକୁ ବ୍ରହ୍ମୋସ କୁହାଯାଇଛି । ତେବେ ଏହି ମିସାଇଲର ସବୁଠାରୁ ବଡ଼ ବିଶେଷ୍ୱତ ହେଉଛି ଏହା ସ୍ଥଳଭାଗ, ଜଳଭାଗ ଓ ଆକାଶ ମାର୍ଗରୁ ମଧ୍ୟ ଉତ୍‌କ୍ଷେପଣ କରାଯାଇପାରିବ ।

Leave a Reply