ଉତ୍ତର କୋରିଆରେ ମୋଟା ଙ୍କୁ ପତଳା କରିବ ଏହି ଜିନିଷ
ନୂଆଦିଲ୍ଲୀ: ମୋଟା ଲୋକଙ୍କୁ ପତଳା କରିବା ପାଇଁ କିମ୍ ଙ୍କର ନୂଆ ପଦକ୍ଷେପ । ଯେଉଁ ଉତ୍ତର କୋରିଆରୁ ଲୋକେ ପ୍ରାୟ ଭୋକରେ ମରୁଥିବାର ଖବର ସାମ୍ନାକୁ ଆସେ । ଏବେ ସେହିଠାରୁ ହିଁ ଖବର ଆସିଛି କି , ଦେଶରେ ଯେଉଁ ମୋଟା ଲୋକ ଅଛନ୍ତି ତାଙ୍କୁ ପତଳା କରିବା ପାଇଁ ସେଠିକାର ସରକାର ନୂଆ ତରିକା ଆପଣେଉଛନ୍ତି । ଲୋକଙ୍କୁ ପତଳା କରିବା ପାଇଁ ତାଙ୍କୁ ଏମିତି ଏକ ଜିନିଷ ପିଇବାକୁ ଦେଉଛନ୍ତି ଯେଉଁଥିରେ କି ତାଙ୍କ ଅଣ୍ଟାର ସାଇଜ୍ କମିଯିବ । ଏଥିପାଇଁ ପ୍ରଥମେ ଦେଶର ନେତା କିମ୍ ଜୋଙ୍ଗ୍ ଆଗକୁ ଆସିଛନ୍ତି । କିମ୍ ଜୋଙ୍ଗ୍ ଏକ ଡ୍ରିଙ୍କ୍ ର ଲଞ୍ଚ କରିଛନ୍ତି । ଯେଉଁ ବିୟର୍ ରେ କମ୍ କ୍ଯାଲେରୀ ରହିଛି । ଏହି ବିୟର୍ ମୋଟ୍ ୮ ପ୍ରକାରର ଭେରାଇଟି ରହିଛି । ଏହି ବିୟର୍ କୁ ପ୍ଯୋଗ୍ ୟାଙ୍ଗ୍ ରେ ଲଞ୍ଚ କରାଯାଇଛି । ଏହାକୁ ଦେଶରେ ଯେଉଁମାନେ ଅଧିକ ବିୟର୍ ପିଅନ୍ତି ସେମାନଙ୍କୁ ବେଶ୍ ପସନ୍ଦ ଆସିଛି ।
ଏହା ମଧ୍ଯ କୁହାଯାଇଛି କି, ନିଜର ଓଜନ ପାଇଁ ଚିନ୍ତିତ ଥିବା ବ୍ଯକ୍ତିଙ୍କ ପାଇଁ ଏହି ବିୟର୍ ଲଞ୍ଚ କରାଯାଇଛି । ଏହା ଦ୍ବାରା ଲାଇଟ୍ ବିୟର୍ର ଡିମାଣ୍ଡକୁ ପୁରା କରାଯାଇପାରିବ । ଏହାକୁ ସରକାରୀ ମଦ ବନାଉଥିବା କମ୍ପାନୀ ଲଞ୍ଚ କରିଛି । ଏହି ବିୟର ହେଉଛି ବିୟର ର ସବୁଠାରୁ ନୂଆ ଭର୍ସନ୍ । ଏହି ବିୟର୍ କୁ ନେଇ କୁହାଯାଉଛି କି , ଏଥିରେ କମ୍ ଚିନି ଏବଂ କମ୍ କ୍ଯାଲୋରୀ ରହିଛି । ଏହା ନିଜର ଓଜନ ପାଇଁ ଚିନ୍ତିତ ଥିବା ବ୍ଯକ୍ତି ଏବଂ ଖେଳକୁଦ କରୁଥିବା ଲୋକଙ୍କ ପାଇଁ ସ୍ବାସ୍ଥ୍ୟକର ବୋଲି ଜାପାନ୍ ର ଏକ କମ୍ପାନୀ କୋସନ୍ ସିନ୍ବୋ ତଥ୍ଯ ଦେଇଛି । ଏହା ମଧ୍ଯ କୁହାଯାଉଛି କି, କିମ୍ ଜୋଙ୍ଗ୍ ଙ୍କ ଶାସନରେ ହଜାରେ ପରିବାର ଭୋକରେ ମରୁଥିବା ବେଳେ ଦେଶର ଅଧିକାଶଂ ଧନୀ ଲୋକ କେବଳ ବିୟର୍ ଏବଂ ଚାଉଳରୁ ତିଆରି ପାନୀୟ କିଣୁଛନ୍ତି ।