କିମ୍ ଜଙ୍ଗ ଉନ୍ ଭଉଣୀଙ୍କ ଧମକ, ଆମ ସହ ଲାଗିଲେ ପରମାଣୁ ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସନ କିମ୍ ଜଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ୍ ଦକ୍ଷିଣ କୋରିଆକୁ ପରମାଣୁ ବୋମାରେ ଉଡ଼ାଇ ଦେବାର ଧମକ ଦେଇଛନ୍ତି । କିମ ଜଙ୍ଗ ଉନଙ୍କ ଭଉଣୀ କିମ ୟୋ ଜଙ୍ଗ କହିଛନ୍ତି ଯେ, ଯଦି ଦକ୍ଷିଣ କୋରିଆ ସାମରିକ ମୁକାବିଲା ଆରମ୍ଭ କରେ ତେବେ ଆମ ଦେଶ ପରମାଣୁ ଅସ୍ତ୍ର ବ୍ୟବହାର କରିବ।
ତାନଶାହଙ୍କ ଭଉଣୀ କହିଛନ୍ତିଯେ ଉତ୍ତର କୋରିଆ ବିରୋଧରେ ଆକ୍ରମଣ କରିବା ଭଳି ବୟାନ ଦେଇ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ବଡ ଭୁଲ କରିଛନ୍ତି । ଆମେ ତାଙ୍କ ସୈନ୍ୟଙ୍କୁ ଆମ ସମସ୍କନ୍ଧ ବୋଲି ମାନୁନାହୁଁ ।
ବାସ୍ତବରେ ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଶୁକ୍ରବାର କହିଥିଲେଯେ, ଉତ୍ତର କୋରିଆକୁ ଟାର୍ଗେଟ କରିବା ପାଇଁ ଆମ ନିକଟରେ ମିଶାଇଲ ରହିଛି । ଯାହାକୁ ନେଇ ପାଲଟା ଉତ୍ତର ଦେଇଛନ୍ତି ତାନଶାହଙ୍କ ଭଉଣୀ । ତେବେ ୟୋ ଜୋଙ୍ଗ୍ କହିଛନ୍ତିଯେ, ଆଟମୀ ଅସ୍ତ୍ରକୁ ପ୍ରଥମେ ଦେଶଣ ସୁରକ୍ଷା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଯଦି ସିଧାସଳଖ ଯୁଦ୍ଧ ଆରମ୍ଭ ହେଉଛି ତେବେ ଶତ୍ରକୁ ଧୂଳିସାତ୍ କରିବା ପାଇଁ ଏହା ବ୍ୟବାହାର କରାଯିବ । ଏଥିପାଇଁ ଦକ୍ଷିଣ କୋରିଆ ସୈନ୍ୟଙ୍କୁ ବରବାଦିର ସାମ୍ନା କରିବାକୁ ପଡ଼ିବ । ଯଦି ବଞ୍ଚିବାକୁ ଚାହୁଁଛନ୍ତି, ତେବେ ନିଜ ସୀମା ମଧ୍ୟରେ ରଖନ୍ତୁ ।
କିମ୍ ୟୋ ଜଙ୍ଗ ପୂର୍ବ ତାନଶାହ କିମ୍ ଜଙ୍ଗ ଇଲଙ୍କ ପଞ୍ଚମ ଏବଂ ସବୁଠାରୁ ସାନ ସନ୍ତାନ । ୩୧ ବର୍ଷୀୟ ୟୋ ଜୋଙ୍ଗ୍ ନିଜ ଭାଇଙ୍କ ଭଳି ସ୍ୱିଜରଲ୍ୟାଣ୍ଡରେ ପଢ଼ା ଶେଷ କରିଛନ୍ତି । କିନ୍ତୁ ୨୦୦୨ରେ ସେ ତାଙ୍କ ଦେଶକୁ ଫେରି ଆସିଥିଲେ । ସେ ପୋଲିତ ବ୍ୟୁରୋର ସଦସ୍ୟ ଏବଂ ପ୍ରଚାର ଏବଂ ଆନ୍ଦୋଳନ ବିଭାଗର ସହ ନିର୍ଦ୍ଦେଶକ ।
ବିଶେଷଜ୍ଞଙ୍କ କହିବା ହେଉଛି ଦେଶ ଏବଂ ବିଦେଶରେ କିମଙ୍କ ସାର୍ବଜନୀନ ଛବି ତିଆରି କରିବାରେ ତାଙ୍କ ଭଉଣୀଙ୍କ ହାତ ରହିଛି । ତାଙ୍କୁ କିମଙ୍କ ‘ସିକ୍ରେଟ ଡାଏରୀ’ ବୋଲି ମଧ୍ୟ କୁହାଯାଏ ।