ବାଂଲାଦେଶରେ ସି-ତ୍ରଙ୍ଗ, ବର୍ଷାରେ ବେହାଲ୍‌ ଉତ୍ତର ପୂର୍ବ ଭାରତ

1 min read

ଗୌହାଟୀ: ଉତ୍ତର-ପୂର୍ବ ଭାରତରେ ସି-ତ୍ରଙ୍ଗର ପ୍ରଭାବ । ଗତକାଲି ଠାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ତଳିଆ ଅଞ୍ଚଳଗୁଡ଼ିକ ବ୍ୟାପକ ପ୍ରଭାବିତ ହୋଇଛି । ବର୍ଷା ଯୋଗୁ ଶହ ଶହ କଚ୍ଚା ଘର ଭାଙ୍ଗିଥିବା ବେଳେ ଟେଲି କମ୍ୟୁନିକେସନ ସେବା ବାଧାପ୍ରାପ୍ତ ହୋଇଛି ।

ଗୌହାଟିର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଆଜି ବି ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର  । ଅରୁଣାଚଳ ଓ ମେଘାଳୟରେ ବି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ବର୍ଷା, ପବନ ଲାଗି ରହିଥିବାରୁ ୭ଟି ବିମାନ ଉଡାଣ ବାତିଲ କରାଯାଇଛି ।

ପାଗ ଖରାପ ଯୋଗୁ ସିଲଂରୁ ସିଲଚର, ଡିବ୍ରୁଗଡ଼ରୁ କୋଲକାତା ଯାଉଥିବା ବିମାନ ଉଡାଣ ବାତିଲ କରିଛି ଏଟିସି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଆସାମ ଆକାଶ ମେଘାଚ୍ଛନ୍ନ ରହିବ ବୋଲି IMD ପକ୍ଷରୁ ସତର୍କତା ଜାରି କରାଯାଇଛି ।