spot_img

Latest Posts

ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ୍: ସତ ଲୁଚାଇବାକୁ ଏଭଳି କରିଥିଲା ଗୋବିନ୍ଦ

ବଲାଙ୍ଗୀର: ଗୁମର ଖୋଲିଲା ଗୋବିନ୍ଦ, ଏବେ ରହସ୍ୟ ଉପରୁ ପରଦା ହଟାଇବ ରାଧେ। ମମିତା ହତ୍ୟା ମାମଲାରେ ଗୋବିନ୍ଦ ପରେ ରାଧେକୁ ରିମାଣ୍ଡରେ ନେଇପାରେ ପୋଲିସ। ଏଥିସହ ଜବତ ହୋଇଥିବା ସମସ୍ତ ଜିନିଷକୁ ଫରେନ୍‌ସିକ ଯାଞ୍ଚ ପାଇଁ ପଠାଯିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର କହିଛନ୍ତି। ରିମାଣ୍ଡ ବେଳେ ମମିତା ହତ୍ୟା ମାମଲାର ସତ ଉଗାରିଛି ଗୋବିନ୍ଦ ସାହୁ। ଅପରାଧ ସ୍ୱୀକାର କରିବା ସହ ନିଜ ମୁହଁରେ କହିଛି ଷଡ଼ଯନ୍ତ୍ରର ସତ । ମମିତାଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବାରେ ଗୋବିନ୍ଦକୁ ସହଯୋଗ କରିଥିଲା ଡ୍ରାଇଭର ରାଧେଶ୍ୟାମ। ଆବଶ୍ୟକ ପଡ଼ିଲେ ଡ୍ରାଇଭର ରାଧେକୁ ରିମାଣ୍ଡରେ ଆଣାଯିବ। ମମିତାଙ୍କୁ ହତ୍ୟା ପରେ ତାଙ୍କ ମୋବାଇଲ୍‌ ଜଳାଇ ଦେଇଥିବା ଅଭିଯୁକ୍ତ ଗୋବିନ୍ଦ କହିଛି ।

ତଦନ୍ତ ବେଳେ ଘଟଣାସ୍ଥଳରୁ ପୋଡ଼ା ପ୍ଲାଷ୍ଟିକ ଜିନିଷ ମିଳିଛି। ତାହା ଫୋନ୍ ହୋଇ ଥାଇପାରେ ବୋଲି ଡିଆଇଜି କହିଛନ୍ତି। ଜବତ ଜିନିଷ ସବୁକୁ ଫରେନ୍‌ସିକ୍‌ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ। ତଦନ୍ତ ବେଳେ ଦୁଇଟି ବ୍ୟାଗ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ମମିତାଙ୍କୁ ପୋଡ଼ା ଯାଇଥିବା ଜାଗାରୁ ଗୋଟିଏ ଓ ଅନ୍ୟଟି ରାଧେର ଘରୁ ମିଳିଥିଲା। ପୋଡ଼ା ଜାଗାରୁ ମିଳିଥିବା ବ୍ୟାଗ ମମିତାଙ୍କ ପରିବାର ଚିହ୍ନିଛନ୍ତି। ତେବେ ଡ୍ରାଇଭର ରାଧେ ଘରୁ ମିଳିଥିବା ବ୍ୟାଗ ଚିହ୍ନଟ ହୋଇପାରିନି। ମୃତଦେହର ଡିଏନଏ ଟେଷ୍ଟ ପାଇଁ ଲାବରେଟୋରୀ ପଠାଯାଇଛି। ଅଟକ ବେଳେ ଗୋବିନ୍ଦଠାରୁ ୨ ଓ ଗିରଫ ବେଳେ ଗୋଟିଏ ମୋବାଇଲ ଜବତ ହୋଇଥିବା ଡିଆଇଜି କହିଛନ୍ତି ।

Latest Posts

Don't Miss