spot_img

Latest Posts

ଜେରା ହେବେ ନୋରା; ୨୧୫ କୋଟି ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ପୋଲିସ ନିକଟରେ ହେଲେ ହାଜର

ନୂଆଦିଲ୍ଲୀ: ୨୦୦ କୋଟି ଠକେଇ ମାମଲାରେ ଆଜି ବଲିଉଡ୍ ଡ୍ୟାନ୍ସ କୁଇନଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ ଅର୍ଥନୈତିକ ଅପରାଧିକ ଶାଖା। ଏଥିପାଇଁ EOW ହାଜର ହୋଇଛନ୍ତି ନୋରା । ଠକ ସୁକେଶ ଚନ୍ଦ୍ରଶେଖର ସହ ତାଙ୍କ ଲିଙ୍କକୁ ନେଇ ନୋରାଙ୍କୁ ଜେରା କରିବ ପୋଲିସ। ପୂର୍ବରୁ ତାଙ୍କୁ ସମନ କରାଯାଇଥିବା ବେଳେ ଆଜି ସେ ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଛନ୍ତି।

କୋଟି କୋଟି ଟଙ୍କାର ଠକେଇ କରି ଅୟେସ କରୁଥିଲା ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖର । ୨ଶହ କୋଟି ଠକେଇ ମାମଲାରେ ତଦନ୍ତ ଆଗକୁ ବଢୁଥିବା ବେଳେ ସୁକେଶର ସିକ୍ରେଟ ଖୋଲୁଛ ପୋଲିସ । ସୁକେଶ ଲିଙ୍କରେ ଥିଲେ ବଲିଉଡର ଅନେକ ସୁନ୍ଦରୀ । ଜାକଲିନ ଫର୍ଣ୍ଣାଡିଜଙ୍କଠାରୁ ଆରମ୍ଭ କରି ନୋରା ଫତେହୀ ଓ ବହୁ ମଡେଲଙ୍କ ସହ ଲିଙ୍କରେ ଥିଲା ସୁକେଶ । ସୁନ୍ଦରୀ ଓ ସୁକେଶ ମଧ୍ୟରେ ମିଡିଲ ମ୍ୟାନ ଥିଲେ ପିଙ୍କି ଇରାନୀ । ଗତକାଲି ଜାକଲିନ ଓ ପିଙ୍କିଙ୍କୁ ମୁହାଁମୁହିଁ ଜେରା ସରିଥିବା ବେଳେ ଆଜି ନୋରାଙ୍କୁ ଜେରା କରିବ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ।

ଆଜି ପିଙ୍କି ଓ ନୋରାଙ୍କୁ ସାମ୍ନାସାମ୍ନି ଜେରା କରାଯିବ । କବେ ସୁକେଶଙ୍କୁ ଭେଟିଥିଲେ ନୋରା? ସୁକେଶଙ୍କ ସହ କେମିତି ହୋଇଥିଲା ପରିଚୟ? କେତେ କେତେ ଟଙ୍କାର କ’ଣ ଗିଫ୍ଟ ଦେଇଥିଲା ସୁକେଶ? ଏସବୁ ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି EOW।ପୂର୍ବରୁ ନୋରାଙ୍କୁ ED ୩ଥର ଜେରା କରିଥିବା ବେଳେ ଥରେ ଦିଲ୍ଲୀ ପୋଲିସ ପଚରାଉଚରା କରିସାରିଛି । ମାଷ୍ଟରମାଇଣ୍ଡ ସୁକେଶଠାରୁ ନୋରା ଦାମୀ ଗାଡ଼ି ଉପହହାର ନେଇଥିବା ବେଳେ କ୍ରାଇମ ସିଣ୍ଡିକେଟ ସହ ଜଡ଼ିତ ଏକ କାର୍ଯ୍ୟକ୍ରମରେ ନୋରା ସାମିଲ ହୋଇଥିବା ପୋଲିସ ସୂଚନା ପାଇଛି ।

Latest Posts

Don't Miss