ବୁଧବାର ଥିବାରୁ ଜମିବ ଛାଡଖାଇ, ଆମିଷ ଦୋକାନ ଆଗରେ ଲମ୍ବା ଲାଇନ

ଭୁବନେଶ୍ବର: ସରିଲା କାର୍ତ୍ତିକ ମାସ । ଆଜି ଛାଡ ଖାଇ । ଘରେ ଘରେ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ । ପଞ୍ଚୁକ ପରେ ଆଜି ଘରେଘରେ ଆମିଷ ଭୋଜନ ହୋଇଥାଏ । ଆଜି ବୁଧବାର ଥିବାରୁ ଅଧିକାଂଶ ଲୋକ ଛାଡ଼ଖାଇ ପାଳନ କରୁଛନ୍ତି । ଏଥିପାଇଁ ସକାଳୁ ସକାଳୁ ଆମିଷ ଦୋକାନରେ ଲାଗିଛି ଭିଡ଼ ।

ଚାହିଦାକୁ ଦୃଷ୍ଟିରେ ରଖି ଆଜି ଦର ମଧ୍ୟ ସମାନ୍ୟ ଅଧିକ ରହିଛି । ଚିକେନ ଓ ମଟନ୍ ପାଇଁ ଦୋକାନ ଆଗରେ ଲାଗିଛି ଲମ୍ବା ଲାଇନ୍ । ଏହା ସହିତ ମାଛ ଚିଙ୍ଗୁଡି ଓ କଙ୍କଡ଼ା ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଛି ।