ମାଛ, ମାଂସ ପାଇଁ ଲମ୍ବା ଲାଇନ୍; ରାଜଧାନୀବାସୀ ବୋହିନେଲେ ୭ ଟ୍ରକ୍ ମାଛ

1 min read

ଭୁବନେଶ୍ୱର: କାର୍ତ୍ତିକ ମାସ ସରିବା ପରେ ଆଜି ଛାଡ଼ଖାଇ । ଆମିଷ ବଜାରରେ ଗହଳି ଜମିଛି । ବୁଧବାର ଛାଡ଼ଖାଇ ପଡ଼ିଥିବାରୁ ପାଟିରେ ଟିକିଏ ଆମିଷ ମାରିବାକୁ ସମସ୍ତଙ୍କ ମନ । ମାଛ, ମାଂସ ପାଇଁ ଲୋକଙ୍କ ଭିଡ଼ ଅସମ୍ଭାଳ ଥିବାବେଳେ କାର୍ତ୍ତିକରେ ପରିବା ଦର ଭଳି ମାଛ, ମାଂସ ଦର ବି ଢେର୍ ଅଧିକା ରହିଛି । ରାଜ୍ୟର ପ୍ରାୟ ଜାଗାରେ ସକାଳୁ ସକାଳୁ ଆମିଷ ଦୋକାନ ଆଗରେ ଲମ୍ବା ଲାଇନ୍ ଲାଗିଛି ।

ରାଜଧାନୀର ମାଛ ମାର୍କେଟରେ ପ୍ରବଳ ଗହଳି ଲାଗିଛି । ବିଶେଷକରି ୪ ନମ୍ବର ମାଛ ମାର୍କେଟରେ ସକାଳୁ ମାଛ ଓ ମାଂସ ପାଇଁ ଲୋକ ଭିଡ଼ ଲଗାଇଛନ୍ତି । ଗ୍ରାହକଙ୍କ ଉତ୍ସାହକୁ ଦେଖି ବ୍ୟବସାୟୀମାନେ ବିଭିନ୍ନ ଭେରାଇଟ୍‌ର ମାଛ ଆଣିଛନ୍ତି । ଭୁବନେଶ୍ୱରର ୟୁନିଟ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର, ରସୁଲଗଡ଼ ଭଳି ବିଭିନ୍ନ ବଜାରରେ ମାଛ କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ମଟନ କିଲୋ ପ୍ରତି ୭୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିକେନ୍ ଦର ୧୮୦ ଟଙ୍କା ରହିଛି । ସେହିପରି ଭାକୁର ୨୨୦, ରୋହୀ ୨୦୦, ଖଇଙ୍ଗା ୫୦୦, ଜଳଙ୍ଗ ୨୫୦, ଚିଙ୍ଗୁଡ଼ି ୫୦୦, ଇଲିସି ୧୦୦୦, ଚାନ୍ଦି ୬୦୦ , କଙ୍କଡା ୧୦୦୦ ଟଙ୍କାରେ ବିକ୍ରି ହେଉଛି । ଛାଡ଼ଖାଇ ପାଇଁ ୪ ନମ୍ବର ମାର୍କେଟକୁ ୭ ଟ୍ରକ୍ ମାଛ ଆସିଥିବା ଜଣାପଡ଼ିଛି । ବଜାରରେ ଚିଲିକାର ଖଇଙ୍ଗା ମାଛ କେଜି ପ୍ରତି ୪୦୦ ଟଙ୍କା ଥିବାବେଳେ ଖୁରାଣ୍ଡି ୧୬୦ ଟଙ୍କା, କୁଣ୍ଡଳ ୩୫୦ ଟଙ୍କା କେଜି ପ୍ରତି ଦର ରହିଛି । ସେହିଭଳି ବାଗଦା ଚିଙ୍ଗୁଡି ୮୦୦ରୁ ୪୦୦ ଓ କଣ୍ଟାଳ ୩୦୦ ଟଙ୍କା ରହିଛି । ')}

Leave a Reply