ବିଜେବି କଲେଜରେ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ବର ବିଜେବି କଲେଜରେ କ୍ରିକେଟ ଖେଳକୁ ନେଇ ଆମ୍ବେଦକର ହଷ୍ଟେଲର ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣା । ଆକ୍ସନ ମୋଡ଼ରେ ବଡ଼ଗଡ଼ ଥାନା ପୋଲିସ । ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ପୋଲିସ । ଫାଳିକିଆ ବସ୍ତିରେ କ୍ୟାପିଟାଲ ଓ ବଡ଼ଗଡ଼ ଥାନା ପୋଲିସ ମିଳିତ ଚଢାଉ କରିଛି । ଦୁଇ ଅଭିଯୁକ୍ତ ହେଲେ ଫାଳିକିଆ ବସ୍ତିର ବଳିଆ ଦାଶ ଓ କେ. ଲକ୍ଷ୍ମୀ ନାରାୟଣ । ଦୁଇ ଜଣଙ୍କ ଘରୁ ଖଣ୍ଡା, ଛୁରୀ ଓ ମଦ ବୋତଲ ଜବତ ହୋଇଛି । ସରକାରୀ ଜାଗାରେ ରହି ଉଭୟ ଅପରାଧରେ ସଂପୃକ୍ତ ରହିଥିଲେ ।

ଅନ୍ୟପକ୍ଷରେ କଲେଜରେ ଗଣ୍ଡଗୋଳ ଘଟଣାରେ ଆଜି ଆଉ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନେ ହେଲେ ରିତେଶ ନାୟକ, ବିକି ଦଳେଇ, ବଳିଆ ଦାଶ ଓ କେ.ଲକ୍ଷ୍ମୀ ନାରାୟଣ । ପଚରାଉଚରା ବେଳେ ଘରେ ମାରଣାସ୍ତ୍ର ରଖି ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ମାମଲାରେ ଏ ପର୍ଯ୍ୟନ୍ତ ୮ ଜଣଙ୍କୁ ଗରିଫ କରିଛି ପୋଲିସ । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।