ବିଜେଡିରେ ମିଶିଲେ ସାଂସଦ ଅପରାଜିତାଙ୍କ ନୋମିନି

ଭୁବନେଶ୍ବର: ଖୋର୍ଦ୍ଧାରେ ବିଜେପିକୁ ପୁଣି ଏକ ଝଟ୍‌କା । ପୌର ନିର୍ବାଚନକୁ ନେଇ ଦଳରେ ପ୍ରାର୍ଥୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନୋମିନି ତଥା ବିଜେପି ନଗର ସଭାପତି ଅବନୀକାନ୍ତ ଜେନା ବିଜେପି ଛାଡି ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ଖୋର୍ଦ୍ଧା ବିଜେଡି ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କ ଉପସ୍ଥିତିରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଏହା ଅବନୀକାନ୍ତଙ୍କ ଘର ବାହୁଡା । ଗତ ନିର୍ବାଚନ ସମୟରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ସେଠାରେ କାମ କରିବାର ସ୍ବାଧିତନା ନମିଳିବାରୁ ଅଣନିଶ୍ବାସୀ ହୋଇ ବିଜେଡି ଫେରି ଆସିଛନ୍ତି ।