ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ପ୍ରାର୍ଥିପତ୍ର ଦାଖଲ

1 min read

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ । ମାର୍ଚ୍ଚ ୩୧ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଏପ୍ରିଲ ୩ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଏପ୍ରିଲ ୧୭ରେ ହେବ ଭୋଟ୍ ଗ୍ରହଣ । ସକାଳ ୭ରୁ ସଂଧ୍ୟା ୬ଯାଏ ଭୋଟ୍ ଗ୍ରହଣ କରାଯିବ । ମେ ୨ରେ ଭୋଟ୍‌ଗଣତି କରାଯିବ । ମେ ୪ସୁଦ୍ଧା ସରିବ ଉପନିର୍ବାଚନ ପ୍ରକ୍ରିୟା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ । ଏଥିରେ ଆଗରେ ଅଛି ବିଜେଡି । ପ୍ରାର୍ଥୀ ଚୟନ ଲାଗି ଦଳ ପୂର୍ବରୁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ଏବେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ନେତାଙ୍କୁ ଦେଇଛି ପଞ୍ଚାୟତ ଦାୟିତ୍ୱ । ପିପିଲି ବ୍ଲକର ୨୫ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେଡି ଦେଇଛି । ସେହିଭଳି ଡେଲାଙ୍ଗ ବ୍ଲକର ୨୧ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦେଇଛି ଦଳ । ୧୬ ୱାର୍ଡ ବିଶିଷ୍ଟ ପିପିଲି ଏନଏସି ଦାୟିତ୍ୱ ସୁଧିର କୁମାର ସାମଲଙ୍କୁ ଦେଇଛି ବିଜେଡି ।

ଏମାନଙ୍କ ନେତୃତ୍ୱରେ ଅନ୍ୟ ନେତା ଓ ବିଧାୟକଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ବିଜେଡି କାର୍ଯ୍ୟାଳୟର କର୍ମକର୍ତ୍ତା, ବିଜୁ ଯୁବ ଜନତା ଦଳର ନେତା, ବିଜୁ ଛାତ୍ର ଜନତା ଦଳର ନେତା ଓ ବିଜୁ ମହିଳା ଜନତା ଦଳର ନେତ୍ରୀ ମଧ୍ୟ ପ୍ରତି ପଞ୍ଚାୟତ ସ୍ତରରେ ନେତା ଓ ବିଧାୟକଙ୍କ ନେତୃତ୍ୱରେ କାର୍ଯ୍ୟ କରିବେ । ଏଥିସହ ଦଳ ସୋସିଆଲ୍ ମିଡିଆ ଓ ଭର୍ଚୁଆଲ୍ ମିଟିଂ କୋଅର୍ଡିନେସନ୍ ଲାଗି ୨ ଜଣଙ୍କୁ ଦାୟିତ୍ୱ ଦେଇଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner