ଋଷିଆ ବଜାର ଛାଡ଼ିବ ନୋକିଆ, ୨ ହଜାର କର୍ମଚାରୀ ପ୍ରଭାବିତ

1 min read

ନୂଆଦିଲ୍ଲୀ: ଋଷିଆ ବଜାର ଛାଡ଼ିବ ନୋକିଆ । ଯାହା ବାବଦରେ କମ୍ପାନୀ ମଙ୍ଗଳବାର  ଘୋଷଣା କରିଛି । ଏହାଦ୍ୱାରା ଛଟେଇ ହେବା ସୁନିଶ୍ଚିତ । ସୂଚନା ଅନୁସାରେ ନୋକିଆ ଋଷିଆର ବଜାର ଛାଡ଼ିଲେ ସିଧାସଳଖ ପ୍ରଭାବିତ ହେବେ ୨ ହଜାର କର୍ମଚାରୀ । ତେବେ  ପ୍ରତିଦ୍ୱନ୍ଦୀ କମ୍ପାନୀ ଏରିକ୍ସନ୍‌ ତା’ର ସମସ୍ତ ଗତିବିଧିକୁ ଏଠାରେ ବନ୍ଦ କରିବାର ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ଏଭଳି ଏକ ନିଷ୍ପତ୍ତି ନେଇଛି ନୋକିଆ ।

୨୪ ଫେବୃଆରୀରେ ଋଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଶତାଧିକ କମ୍ପାନୀ ଋଷିଆ ବଜାରରେ ନିଜ ସାମଗ୍ରୀ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଗତ ମାର୍ଚ୍ଚ ମାସରେ ଋଷିଆ ବଜାରରେ ଡେଲିଭରି ବନ୍ଦ କରି ଦେଇଛି ନୋକିଆ ।  ମାତ୍ର କିଛି ଦିନ ବିତିଥିବାବେଳେ ଏବେ ସମ୍ପୂର୍ଣ୍ଣ ଭାବରେ ଋଷିଆ ବଜାର ଛାଡ଼ିବାକୁ ନୋକିଆ ବଡ଼ ଘୋଷଣା କରିଛି । ତେବେ ଏହାର ସୁଚନା ନିଜେ ସିଇଓ ପେକା ଲୁଣ୍ଡମାର୍କ ଟ୍ୱିଟର ମାଧ୍ୟମରେ ଦେଇଛନ୍ତି ।

ସୂଚନାଯୋଗ୍ୟ ଋଷିଆରେ ନୋକିଆର ୨ ହଜାର କର୍ମଚାରୀ କାମ କରୁଛନ୍ତି । କମ୍ପାନୀ ଋଷିଆ ବଜାର ଛାଡ଼ିବା ମାତ୍ରେ ଛଟେଇ ହେବ ଏବଂ ଏହି ୨ ହଜାର କର୍ମଚାରୀ ସିଧାସଳଖ ପ୍ରଭାବିତ ହେବେ ।