ଲ୍ୟାବ୍କୁ ଗଲା ଏଲଭିସ୍ ଯାଦବଙ୍କ ଫୋନ୍, ଏଥର ଖୋଲିପାରେ ବହୁ ଗୁମର

ନନ୍ଦିଘୋଷ ବ୍ୟୁରୋ: ସାପ ବିଷ ମାମଲାରେ ଫସିଥିବା ଜଣାଶୁଣା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କୁ ନେଇ ପୁଣି ସାମନାକୁ ଆସିଛି ବଡ଼ ଖବର । ଏଲଭିସଙ୍କ ମୋବାଇଲ ପୋଲିସ ଜବତ କରିଥିବାବେଳେ ଅନେକ ଚାର୍ଟ ଡିଲେଟ୍ ହୋଇଥିବା ପୋଲିସ ସୂତ୍ରରୁ କୁହାଯାଇଛି । ତେବେ ଏଲଭିସଙ୍କ ସହ ତାଙ୍କର ଦୁଇ ବନ୍ଧୁଙ୍କ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ । ଏଲଭିସଙ୍କ ଚାର୍ଟ ଡିଲେଟ୍ ହୋଇଥିବାବେଳେ ଲ୍ୟାବକୁ ତାଙ୍କ ମୋବାଇଲ ପଠାଯାଇଛି । ଏଥିରୁ ବହୁ ଗୁମର ଖୋଲିବ ବୋଲି ଜଣାପଡ଼ିଛି । ଏଲଭିସଙ୍କ ଦୁଇ ବନ୍ଧୁ ବିନୟ ଏବଂ ଇଶ୍ବର ମଧ୍ୟ ଏହି ସାପ ବିଷ ଯୋଗାଉଥିବା ମାମଲାରେ ଫସିଥିବାବେଳେ ସେମାନେ ଜାମିନ ପାଇଛନ୍ତି । ଏଲଭିସ୍ ମଧ୍ୟ ଜାମିନ ପାଇଛନ୍ତି । ତେବେ ମାମଲାରେ ଏବେ ବିଚାରାଧିନ ରହିଥିବାବେଳେ ଏଥୀରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ।