ନୋଏଡାରେ ଅଗ୍ନିକାଣ୍ଡ, ୩ ଭଉଣୀ ଜୀବନ୍ତ ଦଗ୍ଧ

1 min read

ନୋଏଡା: ଉତ୍ତରପ୍ରଦେଶର ନୋଏଡା ସେକ୍ଟର-୮ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୩ ଭଉଣୀ ଜୀବନ୍ତ ଦଗ୍ଧ। ଏଥିରେ ମୃତ ପିଲାଙ୍କ ମାଆ-ବାପା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସର୍ଟସର୍କିଟ ଯୋଗୁଁ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବୁଧବାର ଭୋର ୪ ଟା ବେଳେ ଘରେ ପରିବାରର ୫ ଜଣ ସଦସ୍ୟ ଶୋଇଥିବା ବେଳେ ନିଆଁ ଲାଗିଥିଲା । ବ୍ୟାଟେରି ଚାର୍ଜ ବସେଇଥିବା କାରଣରୁ ସର୍ଟସର୍କିଟ ହୋଇ ଏହି ନିଆଁ ଲାଗିଛି । କୁହାଯାଉଛି ଯେ, ୩ ପିଲା ଖଟ ଉପରେ ଶୋଇଥିବା ବେଳେ ତଳେ ଚଟାଣରେ ବାପାମା’ ଶୋଇଥିଲେ । ୩ ପିଲାମାନେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବାପାମା’ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ୩ ପିଲାଙ୍କୁ ବଞ୍ଚାଇ ପାରିନଥିଲେ । ମୃତ ପିଲାଙ୍କ ମଧ୍ୟରେ ୧୦ ଓ ୭ ବର୍ଷର ଏବଂ ୫ ବର୍ଷର ୩ ଝିଅ ରହିଛନ୍ତି।