ରେଷ୍ଟୋ ବାରରେ ଚାଲିଥିଲା ରାମାୟଣ ଭିଡ଼ିଓ, ୨ ଗିରଫ

1 min read

ନୂଆଦିଲ୍ଲୀ: ରେଷ୍ଟୋ ବାରରେ ଜମିଥିଲା ରଙ୍ଗାରଙ୍ଗ ମାହୋଲ। ଖାଲି ଏତିକି ନୁହେଁ ବାର୍ ଭିତରେ ଚାଲିଥିଲା ଲୋକପ୍ରିୟ ଟିଭି ସିରିୟଲ୍ ରାମାୟଣର ଡବ୍ ଭିଡିଓ। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ  ଦୁଇ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହା ନୋଏଡାରେ ଅବସ୍ଥିତ ଲର୍ଡ ଅଫ୍ ଦି ଡ୍ରିଙ୍କ୍ସ ରେଷ୍ଟୋ- ବାର୍‌ ବୋଲି ଜଣାଯାଇଛି।

ଏହି ଭିଡିଓ ଭାଇରାଲ ହେବା ପରେ ଏହାଦ୍ୱାରା ଭାରତୀୟ ସଂସ୍କୃତିକୁ ଅପମାନିତ କରାଯାଉଥିବା ଅଭିଯୋଗ ହୋଇଛି। ଯାହାପରେ ପୋଲିସ ରେଷ୍ଟୁରାଣ୍ଟର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି। ସିରିଏଲର ଡବ ଭିଡିଓର ଏକ କ୍ଲିପରେ ପ୍ରଭୁ ରାମ ଏବଂ ରାବଣ ଚରିତ୍ର ଦେଖିବାକୁ ମିଳୁଥିବା ବେଳେ ବ୍ୟାକଡ୍ରପରେ ମଡର୍ଣ୍ଣ ମ୍ୟୁଜିକ ବାଜୁଥିଲା । ଏହି ଭିଡିଓ ଭାଇରାଲ ହେବା ପରେ କିଛି ଯୁବକ ଉକ୍ତ ବାର୍‌କୁ ଯାଇ ଭଙ୍ଗାରୁଜା କରିଥିବା ଜଣାଯାଇଛି।

https://twitter.com/DrAnuraagYadav/status/1645383895016415233?s=20

ଏହି ଘଟଣାରେ ବାର୍‌ ମାଲିକ ମନକ ଅଗ୍ରୱାଲ୍ ଏବଂ ମ୍ୟାନେଜର ଅଭିଷେକ ସୋନିଙ୍କୁ ଗିରଫ କରାଯାଇଥିବା ବେଳେ ଗୀତ ବଜାଉଥିବା ଡିଜେ ଅପରେଟର ଚେନ୍ନାଇରେ ଥିବା ନେଇ ଅତିରିକ୍ତ ଡେପୁଟି କମିଶନର (ନୋଏଡା) ଶକ୍ତି ଅବସ୍ତି ସୂଚନା ଦେଇଛନ୍ତି । ଏହି ମାମଲା ଭାରତୀୟ ପିଙ୍ଗଳ କୋଡର ଧାରା ୧୫୩ ଏ ଓ ୨୯୫ ଅଧିନରେ ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ।