ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ରେ ନୋଡାଲ ଅଫିସରଙ୍କୁ କଣ ପାଇଁ ପୋଲିସ କର୍ମଚାରୀ କଲେ ଆକ୍ରମଣ ?

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ରେ କରୋନା ମୁକାବିଲା କାମରେ ନିୟୋଜିତ ଜଣେ ନୋଡାଲ ଅଫିସରଙ୍କୁ  ମାଡ ମାରିଥିବା ଅଭିଯୋଗ । ଏହାର ପ୍ରତିବାଦରେ ପିଇଓ ଏବଂ ଜିଆର୍‌ଏସ୍‌ମାନେ କାର୍ଯ୍ୟବନ୍ଦ ପାଇଁ ଚେତାବନୀ ଦେଇଛନ୍ତି । ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ କାଳିଆମାଟି ପଞ୍ଚାୟତରେ କରୋନା ମୁକାବିଲା ପାଇଁ ନୋଡାଲ ଅଫିସର ଦାୟିତ୍ୱରେ ଥିବା ପ୍ରସନ୍ନଜିତ୍‌ ବରାଳ ପଞ୍ଚାୟତ ଅଫିସ୍‌କୁ ଯିବାବେଳେ କାଇପଡ଼ା ବ୍ୟାଙ୍କ ଛକରେ ତାଙ୍କୁ ଜଣେ ପୋଲିସ କର୍ମଚାରୀ ଅଟକାଇଥିଲେ ।

ପ୍ରସନ୍ନଜିତ ପରିଚୟପତ୍ର ଦେଖାଇଥିଲେ ବି କିଛି ଶୁଣି ନଥିଲେ ପୋଲିସ କର୍ମଚାରୀ । ପ୍ରସନ୍ନଜିତଙ୍କୁ ପୋଲିସ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି । କାଳିମାଟିଆ ସରପଞ୍ଚ ପହଞ୍ଚି ପ୍ରସନ୍ନଜିତଙ୍କୁ ଉଦ୍ଧାର କରିଥିଲେ ।

ଘଟଣା ସମ୍ପର୍କରେ ବ୍ଲକ୍‌ କର୍ମଚାରୀମାନେ ବରୀ ବିଡିଓଙ୍କୁ ଲିଖିତ ଭାବେ ଜଣାଇବା ସହିତ କାର୍ଯ୍ୟାନୁଷ୍ଠାନ ନହେଲେ କାର୍ଯ୍ୟବନ୍ଦ ଚେତାବନୀ ଦେଇଛନ୍ତି । ବରୀ ବିଡିଓ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏନେଇ ପୋଲିସ୍‌ କର୍ମଚାରୀ ଙ୍କ ପ୍ରତିକ୍ରିୟା ମିଳିନାହିଁ ।

Leave a Reply