ହେପାଟାଇଟିସ ସି’ ଭାଇରସ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର
1 min readଷ୍ଟକହୋମ: ମେଡିସିନ୍ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ୩ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର । ହାର୍ଭେ ଜେ ଅଲଟର, ମାଇକେଲ ହପଟନ୍ ଓ ଚାର୍ଲସ ଏମ ରାଇସଙ୍କୁ ପୁରସ୍କାର ମିଳିବ । ହେପାଟାଇଟିସ୍ ‘ସି’ ଭୂତାଣୁ ଆବିଷ୍କାର ପାଇଁ ମିଳିଲା ପୁରସ୍କାର । ନୋବେଲ କମିଟି ମୁଖ୍ୟ ଥୋମାସ ପର୍ଲମାନ କଲେ ଘୋଷଣା । ମାଇକେଲ ହପଟନ୍ ହେଉଛନ୍ତି ବ୍ରିଟିସ ନାଗରିକ, ଜେ ଅଲଟର ଓ ଚାର୍ଲସ ଏମ ରାଇସ ହେଉଛନ୍ତି ଆମେରିକୀୟ ନାଗରିକ ।
BREAKING NEWS:
The 2020 #NobelPrize in Physiology or Medicine has been awarded jointly to Harvey J. Alter, Michael Houghton and Charles M. Rice “for the discovery of Hepatitis C virus.” pic.twitter.com/MDHPmbiFmS— The Nobel Prize (@NobelPrize) October 5, 2020
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ବିଶ୍ୱବ୍ୟାପି ହେପାଟାଇଟିସ୍ ରୋଗରେ ୭୦ ମିଲିୟନରୁ ଅଧିକ ଏବଂ ପ୍ରତିବର୍ଷ ୪୦୦,୦୦୦ ଲୋକ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗ କ୍ରନିକ ଏବଂ ଯକୃତ ପ୍ରଦାହ ଏବଂ କର୍କଟ ରୋଗର ଏକ ପ୍ରମୁଖ କାରଣ ।
ଏହି ସମ୍ମାନଜନକ ପୁରସ୍କାରରେ ଏକ ସ୍ୱର୍ଣ୍ଣ ପଦକ ସହ ୧୦ ମିଲିୟନ୍ ସ୍ୱିଡେନ କ୍ରୋନୋର (୧,୧୧୮,୦୦୦ ଡଲାରରୁ ଅଧିକ) ପୁରସ୍କାର ସାମିଲ ରହିଛି ।
For the first time in history, the Hepatitis C virus can now be cured. The 2020 Medicine Laureates’ discoveries revealed the cause of the remaining cases of chronic hepatitis and made possible blood tests and new medicines that have saved millions of lives.#NobelPrize pic.twitter.com/hqJK1uWX3u
— The Nobel Prize (@NobelPrize) October 5, 2020
କରୋନାଭାଇରସ୍ ମହାମାରୀ ହେତୁ ଚଳିତ ବର୍ଷ ମେଡିସିନ ପୁରସ୍କାର ବିଶେଷ ମହତ୍ୱ ବହନ କରିଥିଲା, ଯାହା ବିଶ୍ୱରେ ସମାଜ ତଥା ଅର୍ଥନୀତି ପାଇଁ ଡାକ୍ତରୀ ଅନୁସନ୍ଧାନର ମହତ୍ତ୍ୱ ବର୍ଣ୍ଣନା କରିଛି ।
ଅକ୍ଟୋବର ୧୨ ପର୍ଯ୍ୟନ୍ତ ଘୋଷଣା ହେବାକୁ ଥିବା ୬ଟି ପୁରସ୍କାର ମଧ୍ୟରୁ ଏହି ପୁରସ୍କାରଟି ହେଉଛି ପ୍ରଥମ । ଏହାପରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ବିଜେତାଙ୍କ ନାଆ ଘୋଷଣା କରାଯିବ ।