ତିହାର ଜେଲରେ ଥିଲେ ନୋବେଲ୍ ବିଜେତା
1 min readଜେଲ୍ ଭୋଗିଥିଲେ ନୋବେଲ୍ ବିଜେତା ଅଭିଜିତ୍ ବାନାର୍ଜୀ । ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିପାରେ । କିନ୍ତୁ କଥାଟା ସଂପୂର୍ଣ୍ଣ ସତ୍ୟ । ତିହାର ଜେଲ୍ର ବନ୍ଦ କୋଠରୀରେ ଦଶ ଦିନ ରହିଥିଲେ ଅର୍ଥନୀତିର ଏହି ମହାନାୟକ। ତେବେ ସେ ଜଣେ ଅପରାଧୀ ଭାବେ ନୁହେଁ, ବରଂ ଜଣେ ଛାତ୍ର ଆନ୍ଦୋଳନକାରୀ ଭାବେ ଜେଲ୍ ଭୋଗିଥିଲେ । କିନ୍ତୁ ତାଙ୍କ ଉପରେ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ଲାଗିଥିଲା ।
ଜେଏନୟୁରେ ପଢ଼ିବା ବେଳେ ସେ ସାଙ୍ଗପିଲାଙ୍କ ସହ ମିଶି ବିରୋଧ ପ୍ରଦଶର୍ନ କରିବାରୁ ତାଙ୍କୁ ଜେଲରେ ରହିବାକୁ ପଡିଥିଲା । ଏ ସଂପକର୍ରେ ବାନାର୍ଜୀ କୁହନ୍ତି, ୨୦୧୬ ପରି ୧୯୮୩ରେ ଛାତ୍ର ସଂସଦ ସଭାପତିଙ୍କୁ ବହିଷ୍କାର କରିବାରୁ କିଛି ପିଲାଙ୍କ ସହ ମିଶି ସେ କୁଳପତିଙ୍କ ଘର ଘେରାଉ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା । ସେହି ସମୟରେ ତାଙ୍କୁ ପୁଲିସ ବହୁତ ପିଟାପିଟି ମଧ୍ୟ କରିଥିଲା ବୋଲି ବାନାର୍ଜୀ କୁହନ୍ତି । ଖାଲି ଅଭିଜିତ୍ ନୁହଁନ୍ତି ତାଙ୍କ ସହ ଗିରଫ ସମସ୍ତ ୧୦ ଜଣ ଛାତ୍ର ପୁଲିସ ଆକ୍ରୋଶର ଶିକାର ହୋଇଥିଲେ । ତେବେ ବଡ଼ କଥା ହେଉଛି ସେମାନଙ୍କ ଉପରେ ଦେଶଦ୍ରୋହ ମାମଲା ଲାଗିନଥିଲା ।
ଉଲ୍ଲେଖଯୋଗ୍ୟ, ଅଭିଜିତ୍ ବାନାର୍ଜୀଙ୍କୁ ଏଥର ଅର୍ଥନୀତି ପାଇଁ ନୋବେଲ ପୁରଷ୍କାର ମିଳିବ। ବାନାର୍ଜୀଙ୍କ ସହିତ ତାଙ୍କ ପତ୍ନୀ ଇସ୍ତର ଡୁଫ୍ଲୋ ଏବଂ ମାଇକେଲ୍ କ୍ରେମରଙ୍କୁ ମଧ୍ୟ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଦିଆଯିବ। ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଉଲ୍ଲେଖନୀୟ ଗବେଷଣାକୁ ବିଚାରକୁ ନିଆଯାଇ ଏହି ୩ ଜଣଙ୍କ ନାମ ନୋବେଲ୍ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି ।
୫୮ ବର୍ଷୀୟ ଅଭିଜିତ୍ ବାନାର୍ଜୀ ୧୯୬୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ବାନାର୍ଜୀ କୋଲକାତା ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷାଲାଭ କରିଥିଲେ। ସେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ୧୯୮୮ ମସିହାରେ ପିଏଚ୍ଡି ପାଇଥିଲେ। ପ୍ରଫେସର ବାନାର୍ଜୀ ଏବେ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଫୋର୍ଡ ଫାଉଣ୍ଡେସନ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ')}