ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ ପାଇଁ ଅନାସ୍ଥା ପ୍ରସ୍ତାବ

କରାଚି: ପାକିସ୍ତାନରେ ତୀବ୍ର ହେଉଛି ରାଜନୈତିକ ସଙ୍କଟ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବାକୁ ଆସିଛି ଅନାସ୍ଥା ପ୍ରସ୍ତାବ। ପାକିସ୍ତାନକୁ ସମ୍ଭାଳି ପାରୁନାହାନ୍ତି ଇମ୍ରାନ ଖାନ। ବିରୋଧୀ ଦଳ ପକ୍ଷରୁ ପ୍ରସ୍ତାବ ଆସିଥିବା ବେଳେ ସମର୍ଥନ ଜଣାଇଛନ୍ତି ଶାସକ ଦଳର ସଦସ୍ୟ। ଆର୍ଥିକ ଅବ୍ୟବସ୍ଥା ଓ ଦରବୃଦ୍ଧି ପ୍ରସଙ୍ଗରେ ପାଖାପାଖି ଶହେରୁ ଅଧିକ ସାଂସଦ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।

Joe Biden Kamala Harris Win In Elections Imran Nawaz Congratulate Them Look Forward For PAK US Relations

ଆସନ୍ତା ୨୮ ତାରିଖରେ ସଂସଦରେ ଇମ୍ରାନଙ୍କ ବିରୋଧରେ ହେବ ଭୋଟିଂ। ଭୋଟ ପୂର୍ବରୁ ନିଜ ଦଳର ଅନେକ ସାଂସଦ ଇମ୍ରାନଙ୍କ ବିରୋଧରେ ସ୍ବରକୁ ତୀବ୍ର କରିଛନ୍ତି । ପିଏମଏଲଏନ୍ ଓ ପିପିପି ଖୋଲାଖୋଲି ଭାବେ ଇମ୍ରାନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଇମ୍ରାନଙ୍କ ପାଇଁ ଦେଶର ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଛି।

ଯେଉଁଥିପାଇଁ ତୁରନ୍ତ ତାଙ୍କୁ ଗାଦିଚ୍ୟୁତ କରାଇବା ଆବଶ୍ୟକ ବୋଲି ବିରୋଧୀ ପ୍ରସ୍ତାବ ଆଣିଛନ୍ତି । ସେପଟେ ବିରୋଧୀ ଦଳ ସାଂସଦଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଇମ୍ରାନ କହିଛନ୍ତି ।