ଶିକ୍ଷକ ନାହାଁନ୍ତି ବୋଲି ବନ୍ଦ ହୋଇ ପଡ଼ିଛି ନାମଲେଖା ପ୍ରକ୍ରିୟା

ଗଞ୍ଜାମ : ଏମିତିରେ ତ କରୋନା ଦାଉରେ ସ୍କୁଲ କଲେଜରେ ସବୁ ତାଲା । ୫ ଭାଗରୁ ଭାଗେ ପିଲା ଅନଲାଇନ୍ କ୍ଲାସ କରୁଛନ୍ତି । ବାକି ପିଲା ଘରେ । ତେବେ ଏଭଳି ସ୍ଥିତିରେ ଶିକ୍ଷକ ନଥିବାରୁ ପିଲାଏ ଆଡମିଶନ କରିପାରୁନଥିବା ଅଭିଯୋଗ ଆସିଛି । ଗଞ୍ଜାମ କବିସୂର୍ଯ୍ୟନଗରର ବୋରସଙ୍ଗି ଗାଁର ପ୍ରାଥମିକ ବିଦ୍ୟାଳୟ ନାମଲେଖା ପ୍ରକ୍ରିୟା ବନ୍ଦ ହୋଇ ପଡ଼ିଛି । ନାମଲେଖା ନହୋଇ ପାରିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି । ତେବେ ଏମିତି ନୁହେଁ କରୋନା ଡ଼ରରେ ଶିକ୍ଷକ ଆସିନାହାନ୍ତି । ଶିକ୍ଷକ ହିଁ ନାହାନ୍ତି ।

ଏଇ ସ୍କୁଲରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରାୟ ୧୦୦ ପିଲା ପଢନ୍ତି । ଗତ ଶିକ୍ଷାବର୍ଷରେ ବିଦ୍ୟାଳୟର ୬ଷ୍ଠ ଓ ୭ମ ଶ୍ରେଣୀର ଶିକ୍ଷକ ଅବସର ନେଇଥିଲେ । ଏହାପରଠାରୁ ହିଁ ଏମାନଙ୍କ ଅବସର ପରେ ଖାଲି ହୋଇଥିବା ପଦବୀ ପୂରଣ ହୋଇନି । ତେଣୁ ବିନା ଶିକ୍ଷକରେ ନାମଲେଖା ହେଉପାରୁନି । ସ୍କୁଲ ବିକଳ୍ପ ବି ପାଖରେ ନାହିଁ । ପାଖାପାଖି ୩ କିଲୋମିଟର ଦୂରରେ ଆଉ ଗୋଟେ ପ୍ରାଥମିକ ବିଦ୍ୟାଳୟ ଅଛି  । ହେଲେ ପିଲାଙ୍କୁ ଏତେ ଦୂର ପ୍ରତିଦିନ ଛାଡ଼ିବା ସପକ୍ଷରେ ଅଭିଭାବକ ନାହାନ୍ତି । ସେହିଭଳି ପିଲାଙ୍କ ଯୁକ୍ତି ଏହା ଯେ ପାଖରେ ସ୍କୁଲ ଥାଉ ଥାଉ ଦୂରକୁ କାହିଁକି ଯିବୁ । ତାହା ବି ଠିକ୍ ଖାଲି ପଦବୀରେ ଶିକ୍ଷକ ନିଯୁକ୍ତ ହୋଇଗଲେ ସମସ୍ୟାର ସମାଧାନ ହେଇଯିବ ।

Leave a Reply