କରୋନା ଟିକାରେ ଜାରି ରହିବ ୫ ପ୍ରତିଶତ ଜିଏସଟି ,ହେଲେ ବ୍ଲାକ ଫଙ୍ଗସ ଔଷଧରୁ ଜିଏସଟି ହଟିଲା

କରୋନା ସମ୍ଭନ୍ଧିୟ ସାମଗ୍ରୀ ତଥା ଔଷଧ ଉପରେ ଜିଏସଟି କମାଇଲେ କେନ୍ଦ୍ର ସରକାର । ମନ୍ତ୍ରୀ ସମୁହ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଜିଏସଟି ପରିଷଦ ବୈଠକରେ ସମ୍ମତ୍ତି ଦିଆଯାଇଛି । କରୋନା ଟିକା ଉପରେ ଜିଏସଟି ୫ ପ୍ରତିଶତ ଜାରି ରହିବ । ୭୫ ପ୍ରତିଶତ ଟିକା କେନ୍ଦ୍ର ସରକାର କିଣୁଥିବାରୁ ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ବ୍ଲାକ ଫଙ୍ଗସ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଏମ୍ଫୋଟେରିସିନ୍‌ ବି ଉପରେ ଜିଏସଟି ହଟାଇ ଦିଆଯାଇଛି । ରେମଡେସିଭିର ସହ ଅନ୍ୟ କରୋନା ଔଷଧରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଛି । ଅକ୍ସିଜେନ ଏବଂ କରୋନା ଟେଷ୍ଟିଂ କିଟ୍‌ ଉପରୁ ମଧ୍ୟ ୧୨ ପ୍ରତିଶତ ୫ ପ୍ରତିଶତକୁ କମାଯାଇଛି ଜିଏସଟି । ଏଥିସହ ଆମ୍ବୁଲାନ୍ସ ଉପରେ ୨୮ ପ୍ରତିଶତ ଜିଏସଟିରୁ ୧୨ ପ୍ରତିଶତ କରାଯାଇଛି । ସାନିଟାଇଜର ଉପରୁ ମଧ୍ୟ ୧୮ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି । ତାପମାପକ ଯନ୍ତ୍ର ଉପରୁ ୧୮ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି ଜିଏସଟି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ଜିଏସଟି ଦର ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

Leave a Reply