spot_img

Latest Posts

ବାଟ ହୁଡିଛି ବିକାଶ: ନା ଗାଁକୁ ଅଛି ରାସ୍ତା, ନା ମିଳିଛି ବିଦ୍ୟୁତ

ବାଟ ହୁଡିଛି ବିକାଶ । ଏଠି ପଡିନି ବିକାଶର ପାଦ । ନା ଗାଁକୁ ଅଛି ରାସ୍ତା, ନା ମିଳିଛି ବିଦ୍ୟୁତ । ମୌଳିକ ସୁବିଧା ସୁଯୋଗ ପାଇଁ ଅହରହ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ । ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର ପଞ୍ଚାୟତ ମହୁଲମେଲାଣି ଗାଁକୁ ଆଜିବି ପହଞ୍ଚିନି ସରକାରୀ ସୁବିଧା ସୁଯୋଗ । ଲଖାରୀ ଅଭୟାରଣ୍ୟ ଭିତରେ ଅବସ୍ଥିତ ମହୁଲମେଲାଣି ଗାଁରେ ୨୪ ଗୋଟି ଆଦିବାସୀ ପରିବାର ବସବାସ କରୁଛନ୍ତି । ହେଲେ ସେମାନଙ୍କ ପାଖେ ମୌଳିକ ସୁବିଧା ସୁଯୋଗ ପହଞ୍ଚିପାରିନାହିଁ । ବଣପାହାଡ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଲୋକେ । ରାସ୍ତା ଖଣ୍ଡେ ନଥିବାରୁ ରୋଗୀ ମାନଙ୍କୁ ମେଡିକାଲ ନେବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲି ସେତିକି ନୁହେଁ ଗାଁରେ ସ୍ଵଚ୍ଛ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଚୂଆ ପାଣି ଆଣି ଚଳୁଛନ୍ତି ଲୋକେ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ମହୁଲମେଲାଣି ଗ୍ରାମବାସୀଙ୍କ ସମସ୍ୟା ସଂପର୍କରେ ନନ୍ଦିଘୋଷ ଟିଭି ପ୍ରତିନିଧି ସ୍ଥାନୀୟ ବିଧାୟକ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ବନବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ମହୁଲମେଲାଣି ଗ୍ରାମବାସୀଙ୍କ ସମସ୍ୟା କେବେ ସମାଧାନ ହେଉଛି ତାକୁ ଦେଖିବାକୁ ବାକି ରହିଲା ।

Latest Posts

Don't Miss