spot_img

Latest Posts

ଇସଲାମ ଓ ଇସାଈ ଧର୍ମ ଗ୍ରହଣ କରିଥିବା ଦଳିତଙ୍କୁ ମିଳିବନି ସଂରକ୍ଷଣ ସୁବିଧା: କେନ୍ଦ୍ର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ସମ୍ପର୍କରେ ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏକ ବଡ଼ ଘୋଷଣା ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ଦଳିତମାନେ ଇସଲାମ ଓ ଇସାଈ ଧର୍ମରେ ସାମିଲ ହେଉଛନ୍ତି ସେମାନଙ୍କୁ ରିଜର୍ଭେସନ୍ ସୁବିଧା ମିଳିବନି। ଏଥିସହ ସେ କହିଛନ୍ତି ଯେ ଏମିତି ଲୋକ ଅନୁସୂଚିତ ଜାତି ଲାଗି ସଂରକ୍ଷିତ ଆସନରୁ ଦଳିତ ମାନେ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଲଢିପାରିବେ ନାହିଁ । କେବଳ ଏତିକି ନୁହେଁ ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ରାଜ୍ୟସଭାରେ ଟ୍ୱିଟର ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚେତାବନୀ ମଧ୍ୟ ଦେଇଛନ୍ତି।

ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ସଦସ୍ୟ ଜିବିଏଲ ନରସିହ୍ମା ରାଓ ଅନ୍ୟ ଧର୍ମକୁ ନେଇ ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଜବାବରେ ସେ କହିଥିଲେ ‘‘ଯେଉଁମାନେ ହିନ୍ଦୁ, ଶିଖ ଏବଂ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି, ସେମାନେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ସିଟରୁ ନିର୍ବାଚନ ଲଢିପାରିବେ। ଏଥିସହିତ ଏହି ଧର୍ମ ଗ୍ରହଣ କରୁଥିବା ଲୋକମାନଙ୍କୁ ସଂରକ୍ଷଣର ଲାଭ ମିଳିପାରିବ ।

ଆଇନ ମନ୍ତ୍ରୀ ସମ୍ବିଧାନର (ଅନୁସୂଚିତ ଜାତି) ଅନୁଚ୍ଛେଦ ୩କୁ ଆଧାର କରି କହିଛନ୍ତି ଯେ, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମର ବ୍ୟକ୍ତିଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବରେ ବିବେଚନା କରାଯିବ ନାହିଁ। ଆହୁରି ମଧ୍ୟ ପ୍ରତିନିଧିତ୍ୱ ଆଇନରେ କୌଣସି ପ୍ରକାର ସଂଶୋଧନ କରାଯାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

୨୦୧୫ରେ କୋର୍ଟ କହିଥିଲେ ଯେ ଜଣେ ବ୍ୟକ୍ତି ହିନ୍ଦୁ ଧର୍ମ ଛାଡି ଇସାଈ ହେବା ପରେ ତାର ସାମାଜିକ ତଥା ଆର୍ଥୀକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ । ଏପରି ପରିସ୍ଥିତିରେ ସେ ଅନୁସୂଚିତ ଜାତି ଭାବେ ବିବେଚିତ ନ ହେଉଥିବାରୁ ତାଙ୍କୁ କୌଣସି ସୁରକ୍ଷା ଦେବାର ଆବଶ୍ୟକତା ନାହିଁ। କେନ୍ଦ୍ର ଆଇନ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଇସଲାମ ଓ ଇସାଇ ଧର୍ମ ଗ୍ରହଣ କରୁଥିବା ଦଳିତ ଏବଂ ହିନ୍ଦୁ ଦଳିତ ମାନଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି।

ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଚେତାବନୀ-
ଗୃହରେ ପ୍ରଶ୍ନ-ଉତ୍ତର ସମୟରେ କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ଯେ, ଟ୍ୱିଟର, ଫେସବୁକ୍, ଲିଙ୍କଡିନ୍ ତଥା ହ୍ୱାଟ୍ସସଆପ୍ ଭଳି କୌଣସି ପ୍ଲାଟଫର୍ମ ଯଦି ଭୁଲ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତେ ‘ଭାରତରେ କାମ କରନ୍ତୁ ଆଉ ଅର୍ଥ ରୋଜଗାର କରନ୍ତୁ । ଆପଣଙ୍କର ଏଠି କୋଟି କୋଟି ଫଲୋଅର୍ସ ଅଛନ୍ତି । ହେଲେ ସମସ୍ତଙ୍କୁ ଭାରତୀୟ ଆଇନ ଏବଂ ସମ୍ବିଧାନ ଅନୁସରଣ କରିବାକୁ ପଡିବ’ ।

Latest Posts

Don't Miss