ଆଗାମୀ ଦଶଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା
1 min read
ଭୁବନେଶ୍ବର: ଦଶଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା । ରାଜ୍ୟକୁ ସଅଳ ମୌସୁମୀ ଆସିବା ପରେ ବି ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । କେବଳ ରାଜ୍ୟରେ ନୁହେଁ ଦେଶର ଅଧିକାଂଶ ସ୍ଥାନରେ ବି ମୌସୁମୀ ନିଷ୍କ୍ରିୟ ରହିବ । ବର୍ତ୍ତମାନ ରାଜ୍ୟକୁ ପଶ୍ଚିମା ପବନ ବହିବା ଫଳରେ ମୌସୁମୀ ଜନିତ ବର୍ଷାରେ ବ୍ରେକ୍ ଲାଗୁଛି । ତେବେ ବର୍ଷା ବଦଳରେ ଆଗାମୀ ୧୦ ଦିନ ପାଇଁ ରାଜ୍ୟରେ ଗରମ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେବେ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉପକୁଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ମାନଙ୍କରେ ୩୫ରୁ
୩୯ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ l ଆଜି ସକାଳ ସାଢେ ୧୧ ସୁଦ୍ଧା ଭୁବନେଶ୍ଵର ତାପମାତ୍ରା ୩୭ ଡିଗ୍ରୀ ପାର କରିଛି।ଗତକାଲି ଏହି ସମୟରେ ତାପମାତ୍ରା ୩୬.୪ ଡ଼ିଗ୍ରୀ ରେକର୍ଡ ହୋଇଥିଲା। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି । ପୁରୀରେ ୩୪.୮ ରେକର୍ଡ କରାଯାଇଥିବା ବେଳେ ପାରାଦ୍ୱୀପରେ ୩୩.୬, ବାଲେଶ୍ୱର: ୩୩.୬, ଚାନ୍ଦବାଲିରେ ୩୩.୪,ଭୁବନେଶ୍ୱରରେ ୩୩ ଓ ଗୋପାଳପୁରରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି ।