spot_img

Latest Posts

ରାଜ୍ୟରେ ପାୱାର କଟ ହେଉନି, ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ ହେଉଛି: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାୱାର କଟ ହେଉନି । ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ କରି ଯାଉଛି । ତେବେ ରାଜ୍ୟରେ ଇଲେକ୍ଟ୍ରିସିଟ ସପ୍ଲାଏର କୌଣସି ଅଭାବ ନାହିଁ ବୋଲି ଦୋହରାଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇ ଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ ୬ରୁ ୭ ଘଣ୍ଟା ଲାଗୁଛି ତାକୁ ସଜାଡିବା ପାଇଁ ।

ଗାଁ ଗହଳିରେ ଏହି ସମୟ ଆଉ ଟିକିଏ ଅଧିକ ସମୟ ନେଉଛି। କେମିତି ନିରବଛିନ୍ନ ବିଜୁଳି ଯୋଗାଇ ଦିଆଯିବ ସେ ନେଇ ସରକାର ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଯେଉଁଠି ଲାଇନ କଟି ଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉ ନାହାନ୍ତି ସେଥିପାଇଁ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ଲୋ ଭୋଲଟେଜ କାରଣ ଟେକ୍ନିକାଲ ତ୍ରୁଟି । ଯେଉଁଠି ଲାଇନ ଦୂର ବାଟରେ ଅଛି , ଟ୍ରାନ୍ସଫରମର କାପାସିଟି ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେଉଛି । ତାର ପ୍ରତିକାର କରାଯାଉଛି । ପିକ୍ ପିରିୟଡରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।

Latest Posts

Don't Miss