ସାରା ଦେଶରେ ୯୯୧ ଜଣ ନୂଆ ରୋଗୀ ଚିହ୍ନଟ: ୧୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

1 min read

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୯୯୧ଟି କରୋନା ମାମଲା ସାମ୍ନାକୁ ଆସିଛି । ଅପରପକ୍ଷରେ ୪୭ ଜିଲ୍ଲାରେ ଗତ ୨୮ ଦିନ ମଧ୍ୟରେ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ତେବେ ଏଯାବତ୍ ଦେଶରେ ମୋଟ ୧୪ ହଜାର ଲୋକ କରୋନାରେ ଆକ୍ରାନ୍ତ ହେଲେଣି । ତେବେ କରୋନା ଯୋଗୁଁ ୭୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମୃତ୍ୟୁ ଘଟିଛି । ଯାହା ମୋଟ ମୃତ୍ୟୁ ସଂଖ୍ୟାର ୪୨..୨ % । ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଉଲ୍ଲଂଘନ ମାମଲାରେ ୧୦ ହଜାର ୭୨୯ ଜଣ ଗିରଫ ହେଲେଣି । ଆଇପିସିର ଧାରା ୧୮୮ ଅନୁଯାୟୀ ୩୩ ହଜାର ୯୮୪ଟି ଗାଡ଼ି ଜବତ ହୋଇଛି । ଏବଂ ୫୨ହଜାର ୬୨୬ ମାମଲା ରୁଜୁ ହୋଇଛି । ୮ ପୋଲିସ ଅଧିକାରୀ ଏବଂ ୨୯ ଅନ୍ୟ ପୋଲିସ କର୍ମଚାରୀ ରାଜ୍ୟରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ  ।

ତେବେ ୨୩ ରାଜ୍ୟର ୪୭ ଜିଲ୍ଲାରେ ଗତ ୨୮ ଦିନ ମଧ୍ୟରେ ଗୋଟିଏ ବି ପଜିଟିଭ ରୋଗୀ ଚିହ୍ନଟ ହୋଇନାହାନ୍ତି । ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply