ନବୀନ ଶାସନରେ ନାହିଁ ଦୁର୍ନୀତିର ସ୍ଥାନ, ବର୍ଷକରେ ଗଲାଣି ୬୦ ଅଫିସରଙ୍କ ଚାକିରି

1 min read

ଭୁବନେଶ୍ୱର: ହୁସିଆର ! ବୁଲୁଛି ୫-T ଖଣ୍ଡା । ନୀତି ନୈତିକକତା ଓ ସଚ୍ଚୋଟତା ଭୁଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଅଭିଯୋଗରେ ଆଜି ଜଣେ ଉପ- ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ଗତ ବର୍ଷକ ମଧ୍ୟରେ ୬୦ ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଥିବା ବେଳେ ୧୭ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଏଥିସହିତ ୨୨ ଜଣ ଅଫିସରଙ୍କ ପେନସନ୍ ବନ୍ଦ କରାଯାଇଛି ।

କୋରାପୁଟ ଜିଲ୍ଲାର ପୂର୍ବତନ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ପରେ ପୁଣି ଛାନିଆ ସରକାରୀ କର୍ମଚାରୀ ଓ ବାବୁ ।  ଜୁଲାଇ ୨ ତାରିଖରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ପ୍ରଦୀପ । ଉପ ନିର୍ଦ୍ଦେଶକ ପାହ୍ୟାର ଏହି ଅଫିସରଙ୍କ ପାଖରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା କ୍ୟାସ ଜବତ କରିଥିଲା । ଏହି ଅର୍ଥର ହିସାବ ଦେଇ ପାରିନଥିଲେ ପ୍ରଦୀପ  । ପରେ କୋରାପୁଟ ଓ ଭୁବନେଶ୍ୱର ବାସଭବନ ଉପରେ ବି ରେଡ୍‌ ହୋଇଥିଲା । ଦୁର୍ନୀତି ପ୍ରମାଣିତ ହେବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ଖୁସି ପ୍ରକଟ କରିଛନ୍ତି ଜିଲ୍ଲାର ଚାଷୀ ।

ବର୍ଷକ ମଧ୍ୟରେ ୯୯ ବାବୁଙ୍କ ଉପରେ ପଡିଛି ୫-T ଛାଟ । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍ସ । ୨୦୦୦ ମସିହାରୁ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ଦିନରୁ ଏହି ନୀତି ଅପଣେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୈତିକତା ଓ ସଚ୍ଚୋଟତାର ନିକିତିରେ ଯିଏ ଉଲମବିଲମ୍ କିରିଛି ତା ବିରୋଧରେ ହୋଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ୨୦୧୯ ଅଗଷ୍ଟରୁ ଚଳିତ ଅଗଷ୍ଟ ମାସ ମଧ୍ୟରେ ଦୁର୍ନୀତି ଓ ନୈତିକତାର ଉଲଂଘନ ଅଭିଯୋଗରେ ୬୦ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଛି । ୧୭ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର ଓ ୨୨ ଜଣ ଅଫିସରଙ୍କ ଅବସରକାଳୀନ ପେନସନ ବନ୍ଦ କରାଯାଇଛି ।

କିଛି ମାସ ପୂର୍ବରୁ ବଡ଼ ମାଛ ପଡିଥିଲେ ଫାଇଭ୍ ଟି ଜାଲରେ । ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ କରିଥିଲେ ସରକାର । ନିକଟରେ ଚିଲିକା ଡିଏଫଓ ଓ ରାଜସ୍ବ ବିଭାଗର ଅତିରିକ୍ତ ସଚିବଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅନ୍ୟପକ୍ଷରେ ବହିଷ୍କୃତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୫ରୁ ଅଧିକ ଇଂଜିନିୟର, ପ୍ରଧାନ ଶିକ୍ଷକ, ରାଜସ୍ବ ନିରୀକ୍ଷକ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ପୂର୍ବରୁ କୋମନା ବିଡିଓ, ଲୋଇସିଂହା ତହସିଲଦାରଙ୍କୁ ଦୁର୍ନୀତି ଅଭିଯୋଗରେ ବହିଷ୍କାର କରିଥିଲେ ରାଜ୍ୟ ସରକାର । ଏଥିସହ ୧୧ଜଣ ଓଏଏସ ଅଫିସରଙ୍କ ପେନସନ ବନ୍ଦ କରାଯାଇଥିଲା ।

Leave a Reply