ପୁଣି ସେହି ଅଶୁଭ ଶନିବାର ; ସନ୍ଦେହ ବଢାଉଛି ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା ।  ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ପୀଡ଼ିତା ।  ଗତ ୧୯ ତାରିଖରେ ନିମାପଡ଼ା ବାୟାବର ଗାଁର ୧୫ ବର୍ଷର ନାବାଳିକାଙ୍କୁ ଭାର୍ଗବୀ ନଦୀ କୂଳରେ ଏକ ନିଛାଟିଆ ସ୍ଥାନରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା ।  ଅଜଣା ଦୁର୍ବୃତ୍ତମାନେ ଅପହରଣ କରି ଜାଳି ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଥିଲେ ।ତାଙ୍କ ଦେହରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଦେଇଥିବା ଅଭିଯୋଗ ହୋଇଥିଲା ।  ତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିଲା ।  ତାଙ୍କୁ ପ୍ରଥମେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ବର୍ଣ୍ଣ ୟୁନିଟରେ ଆଇସିୟୁରେ ରଖି ବିଶେଷଜ୍ଞ ଡାକ୍ତରୀ ଟିମ ଚିକିତ୍ସା କରିଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ୨୦ତାରିଖରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।  ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା ।  ରାଜ୍ୟ ସରକାର ତାଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସା ଯୋଗାଇ ଦେବାକୁ ସମସ୍ତ ସହାୟତା କରିଥିଲେ।  ଦିଲ୍ଲୀରେ ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ ।

ତେବେ ୧୯ ତାରିଖ ଶନିବାର ସକାଳ ୮ଟାରୁ ସାଢେ ଆଠଟା ମଧ୍ୟରେ ନାବାଳିକା ଜଣକ ସାଙ୍ଗକୁ ଭେଟିବାକୁ ଯାଉଥିଲେ । ରାସ୍ତାରେ ତିନି ଦୁର୍ବୃତ୍ତ ଛାତ୍ରୀଙ୍କୁ ଅଟକାଇଥିଲେ ପାଟି କରିବାକୁ ରୁମାଲରେ କିଛି ଶୁଘାଂଇ ବେହୋସ କରିଦେଲେ । ପରେ ନଦୀ ପଠାକୁ ନେଇ ଜାଳି ମାରିଦେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ହୋସ ଫେରିବା ପରେ ଛାତ୍ରୀ ଜଣକ ଦେହର ଅନେକ ଅଂଶ ପୋଡିଯାଇଥିବା ଦେଖିଥିଲେ ।ଉପାୟ ନପାଇ ନିଜକୁ ବଞ୍ଚାଇବାକୁ ଚାଲିଚାଲି ବନ୍ଧ ଉପରକୁ ଉଠିଲେ ପରେ ନାବାଳିକାକୁ ଏଭଳି ସ୍ଥିତିରେ ଦେଖି ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଜଣେ ସମ୍ପର୍କୀୟ ତାଙ୍କ ପୋଷାକ ବଦଳାଇ ହସ୍ପିଟାଲକୁ ନେଇଯାଇଥିଲେ । ଗୁରୁତର ନାବାଳିକାଙ୍କୁ ପ୍ରଥମେ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ନାବାଳିକାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡିଯାଇଥିଲା ଏବଂ ପୀଡିତାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଥିଲା ।

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଫରେନସିକ୍ ଟିମ୍ ହାତରେ ଲାଗିଥିଲା ବିଭିନ୍ନ ସାମଗ୍ରୀ ।୨ଟି କିରୋସିନ ବୋତଲ, ଦିଆସିଲି, ପୀଡ଼ିତାଙ୍କ ପୋଡ଼ା ପୋଷାକ, ଚପଲ ଜବତ କରାଯାଇଥିଲା । ପୀଡ଼ିତା ପିନ୍ଧିଥିବା ତାବିଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଜବତ ସାମଗ୍ରୀକୁ ପରୀକ୍ଷା ପାଇଁ ଲ୍ୟାବ ନିଆଯାଇଥିଲା । ସନ୍ଧାନୀ କୁକୁର ସାହାଯ୍ୟରେ ଯାଞ୍ଚ କରିଥିଲା ପୋଲିସ । ଏସପି ପ୍ରଥମେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ପରେ ନଈ ପଠାକୁ ଯାଇ ଘଟଣାର ପୁଣି ଅନୁଧ୍ୟାନ କରିଥିଲେ ଏସପି ଓ ଆଇଜି । ଭାର୍ଗବୀ ନଈକୂଳରେ ଘଟିଥିଲା ଏହି ଘଟଣା । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ଛାନବିନ କରିଥିଲା ଘଟଣାସ୍ଥଳରୁ ଅନ୍ୟାନ୍ୟ ଜିନିଷ ସହ ମିଳିଥିଲା ଏକ ରୁପା ମୁଦି । ଏହି ରୁପା ମୁଦି କାହାର ତାକୁ ନେଇ ଉଠିଥିଲା ପ୍ରଶ୍ନ  । ରୂପା ମୁଦିଟି ପୀଡ଼ିତା ନାବାଳିକାଙ୍କ ନୁହେଁ ବୋଲି ପୀଡ଼ିତାଙ୍କ ମାଆ କହିଥିଲେ । ତେବେ ରୁପା ମୁଦିଟି କାହାର ତାକୁ ନେଇ ପୋଲିସ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ମୁଦିଟି ନିମାପଡ଼ାର କ୍ରିଷ୍ଣା ଜୁଏଲର୍ସରୁ ବିକ୍ରି ହୋଇଥିବା ଜଣାପଡ଼ିଥିଲା । ଜୁଏଲର୍ସ ମାଲିକ କହିଥିଲେ ମୁଦିଟି ଅଢ଼େଇ ମାସ ତଳେ ବିକ୍ରି ହୋଇଥିଲା । ନୂଆଗୋପାଳପୁର ଗାଁର ପୀଡ଼ିତାଙ୍କ ସାଙ୍ଗ ଏହାକୁ ୫ଶହ ଟଙ୍କାରେ କିଣିଥିଲେ । ଯଦି ମୁଦିଟି ପୀଡ଼ିତାଙ୍କ ସାଙ୍ଗଙ୍କର ତାହେଲେ ଘଟଣାସ୍ଥଳକୁ ମୁଦି ଆସିଲା କେମିତି ଆସିଥିଲା ବୋଲି ପ୍ରଶ୍ନ ଉଠିଥିଲା ।

ଘଟଣା ଘଟିବା ପରେ ୨ଟି କଥା ସାମ୍ନାକୁ ଆସିଥିଲା । ପ୍ରଥମ କଥାଟି ହେଉଛି ପୀଡ଼ିତା ସେଦିନ ସକାଳୁ ଜଣେ ବାନ୍ଧବୀଙ୍କ ସହ ମିଶି ଆଉ ଜଣେ ବାନ୍ଧବୀଙ୍କ ପାଖକୁ ଯାଉଥିଲେ । କିନ୍ତୁ ଅଧାବାଟରୁ ପୀଡ଼ିତାଙ୍କୁ ଛାଡ଼ି ସଂପୃକ୍ତ ବାନ୍ଧବୀ ଗାଁକୁ ଫେରିଯାଇଥିଲେ । ଆଉ ଗୋଟିଏ କଥା ହେଉଛି ସେଦିନ ପୀଡ଼ିତା ଏକୁଟିଆ ହିଁ ଯାଉଥିଲେ ଓ ଏ ଅଘଟଣ ଘଟିଥିଲା । ଯେଉଁ ସାଙ୍ଗ ସେଦିନ ପୀଡ଼ିତାଙ୍କ ସହ ଅଧାରାସ୍ତା ଯାଇଥିଲେ ବୋଲି କଥା ଉଠିଥିଲା ସେ କହିଥିଲେ ଯେ, ଦୀର୍ଘଦିନ ହେଲା ପୀଡ଼ିତାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ।

ଗତକାଲି ପୀଡିତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଓଡ଼ିଶା ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା, ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ନିଷ୍ଠାର ସହ ତଦନ୍ତ କରିଥିଲା । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ ।

ଝିଅର ମୃତ୍ୟୁ ପରେ ବଡ଼ ପ୍ରତିକ୍ରିୟା ରଖିଛନ୍ତି ବଳଙ୍ଗା ପୀଡ଼ିତାଙ୍କ ବାପା। ଝିଅ ମୃତ୍ୟୁ ପରେ ଭାଙ୍ଗିପଡିଛନ୍ତି ପୀଡିତାଙ୍କ ବାପର ।  କହିଛନ୍ତି ସରକାର ଯାହା ସହଯୋଗ କରିବା କଥା କରିଛନ୍ତି ।  ‘ମୋ ଭାଗ୍ୟରେ ମୋ ଝିଅ ନାହିଁ’ ।  ଯାହା ହୋଇଛି ମୋ ଝିଅର ମାନସିକ ଚିନ୍ତା ପାଇଁ ହୋଇଛି ।  ଝିଅ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି ।