spot_img

Latest Posts

କରୋନା ପାଇଁ ମରିଯାଉଛି ମାନବିକତା, ମୃତ୍ୟୁ ପରେ ମିଳିଲାନି ସାହିଭାଇଙ୍କ ସାହାଯ୍ୟ କି ହାତବଢ଼ାଇଲାନି ପ୍ରଶାସନ

ବରଗଡ଼: କରୋନା ବେଳର କରୁଣ କାହାଣୀ। ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଚିତ୍ର ଆଙ୍କି ଚାଲିଛି କରୋନା। କରୋନାକୁ ଭୟକରି ସମ୍ପର୍କ ଆଜି କ୍ଷଣିକ ସମୟରେ ବଦଳି ଯାଉଛି। ସାହାଯ୍ୟର ହାତ ହତାସ ହୋଇ ଅଧା ବାଟରେ ଅଟକି ଯାଉଛି। ମନ ଚାହୁଁଛି ମୃତ୍ୟୁର ଶେଷ ସମୟରେ ଯୋଗ ଦେବା ପାଇଁ, ହେଲେ ପଛରୁ ଟାଣି ଧରୁଛି କରୋନା ସଂକ୍ରମଣର ଭୟ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ। ଯେଉଁଠି ପ୍ରଶାସନବି ହାତ ଛାଡ଼ି ଦେଇଛି ସାହାଯ୍ୟର ଅଧା ରାସ୍ତାରେ। କରୋନା ପାଇଁ ଆଜି ଚାରି କାନ୍ଧ ମିଳିବା ସ୍ୱପ୍ନ ପୋଲଟିଛି।

ପୁଅ ପରେ ବାପାର ଜୀବନ ନେଲା ଭୂତାଣୁ। ଜୀବନ ଗଲା ପରେ ବି ଜୁଇ ପାଇଁ ମିଳିଲାନି ସାହି ଭାଇଙ୍କ ସହଯୋଗ। ପ୍ରଶାସନ ବି ହାତ ଟେକିଦେଲା ପରେ ସମାଜସେବୀଙ୍କ  ସହାୟତାରେ ହେଲା ଶେଷ କୃତ୍ୟ। ଏଭଳି ହୃଦୟବିଦାରକ ଘଟଣା ଘଟିଛି ବରଗଡ଼ ପଦ୍ମପୁର ଉପଖଣ୍ଡ ଘନାମାଲ ଗାଁରେ। ଗତ ପାଞ୍ଚ ଦିନ ତଳେ ସତ୍ୟାନନ୍ଦଙ୍କ ୩୬ ବର୍ଷର ପୁଅର କରୋନାରେ ମୃତ୍ୟୁ ହୋଇଥିଲା। ପରେ ବାପା ସତ୍ୟାନନ୍ଦଙ୍କର ମଧ୍ୟ କରୋନାରେ ଜୀବନ ଗଲା। ହେଲେ ଭୂତାଣୁଠୁ ଆହୁରି କଷ୍ଟ ଦେଲା ସାହି ଭାଇଙ୍କ ଅଛୁଆଁ ରୋଗ।

କରୋନା ଆକ୍ରନ୍ତ ଯୋଗୁ ଗାଁ ଲୋକ ପାଖ ମାଡ଼ି ନଥିବାବେଳେ ପ୍ରଶାସନ ମଧ୍ୟ ହାତ ଟେକିଦେଲା। ମୁଁ ହୋମ କ୍ୱାରେଣ୍ଟାଇନରେ ଅଛି ତେଣୁ  ବିଡିଓଙ୍କୁ ଅଭିଯୋଗ କରନ୍ତୁ ବୋଲି ଉପଜିଲ୍ଲାପାଳ କହିଲେ। ସେପଟେ ବିଡିଓ  ସ୍ଥଆନୀୟ ସରପଞ୍ଚ  ଓ  GPOଙ୍କୁ ଦାୟିତ୍ୱ ଦେଇ ହାତ ଟେକିଦେଲେ। ନାଁ ସରପଞ୍ଚ ଦୁଃଖ ବୁଝିଲେ ନା ଶବ ଶତ୍କାର ପାଇଁ  ପ୍ରୟାସ କଲେ। ଶେଷରେ ୨୪ଘଣ୍ଟା ଶବ ପଡିରହିବା ପରେ ଦୁଇ ସମାଜସେବୀ ସଙ୍ଗଠନ ବରଗଡ଼ ସିଡିଏମଓଙ୍କ ସହାୟତାରେ ବିଳମ୍ବିତ ରାତିରେ ଶେଷକୃତ୍ୟ ସମ୍ପର୍ନ୍ନ କରିଥିଲେ। ତେବେ ଏଭଳି ସମୟରେ ସଂକଟ ବେଳେ କରୋନା ସହିତ ଯୁଦ୍ଧ କରିବାବେଳେ ମରିଯାଉଥିବା ମାନବିକତା ଚିନ୍ତାରେ ପକାଇଛି।

Latest Posts

Don't Miss