spot_img

Latest Posts

କୋଟିଆକୁ ଓଡ଼ିଶାଠୁ କେହି ଅଲଗା କରିପାରିବେନି, ଆଇନଗତ ଲଢେଇ ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ଆସନ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଓଡ଼ିଶା କୋଟିଆର ଥିଲା ଓ ରହିବ ଏଥିପାଇଁ ଆବଶ୍ୟକ କାଗଜପତ୍ର କୋର୍ଟରେ ଉପସ୍ଥାପନ କରିବା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ରାଜସ୍ବ ବିଭାଗ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ସମସ୍ତ କାଗଜପତ୍ର ତୟାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଶୁଣାଣିରେ ରାଜ୍ୟ ସମସ୍ତ ଦସ୍ତାବିଜ ଉପସ୍ଥାପନ କରି ଆଇନଗତ ଲଢେଇ ଲଢିବା ପାଇଁ ନିଜକୁ ପ୍ରସ୍ତୁତ କରିଛି। ସେପଟେ ଶାସକଦଳର ବିଧାୟକଙ୍କ ଯୁକ୍ତି ହେଉଛି ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର କୋଟିଆ ପ୍ରସଙ୍ଗରେ ସବୁ ପ୍ରକାର ଲଢେଇ କରିବାକୁ ପ୍ରସ୍ତୁତ ଅଛନ୍ତି।

ସେପଟେ କୋଟିଆ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଆନ୍ଧ୍ର କୋଟିଆରେ ନିର୍ବାଚନ କରିଛି। ତେଣୁ ସରକାର ତୁରନ୍ତ ଏ ଦିଗରେ ଉଚିତ ପଦକ୍ଷେପ ନେବାସହ ସୁପ୍ରିମକୋର୍ଟରେ ତଥ୍ୟ ସହ ଆଇନଗତ ଲଢେଇ ଲଢିବା ପାଇଁ ପରାମର୍ଶ ଦେଇଛନ୍ତି।

କୋଟିଆ ପ୍ରସଙ୍ଗରେ ରାଜସ୍ବ ବିଭାଗ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାପରେ ଆଇନଗତ ଲଢେଇ ଲଢିବା ପାଇଁ ଓଡ଼ିଶା ନିଜକୁ ପ୍ରସ୍ତୁତ କରିଛି। ଏହାସହ ସୁପ୍ରିମକୋର୍ଟରେ ଭରସା କରି କୋଟିଆ ସମସ୍ୟାର ସମାଧାନ ହେବ ବୋଲି ଶାସକଦଳ ଆଶା ବାନ୍ଧିଛି।

Latest Posts

Don't Miss