spot_img

Latest Posts

ଟିକାକରଣ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ଟିକା ନେଇ ବାଧ୍ୟ କରାଯାଇପାରିବ ନାହିଁ’

ନୂଆଦିଲ୍ଲୀ: ଟିକାକରଣକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ । ସରକାର କେବଳ ଟିକା ନେବା ପାଇଁ ପଲିସି ତିଆରି କରିବେ । ଟିକା ନନେଇଥିବା ବ୍ୟକ୍ତି ସଂକ୍ରମଣ ବଢିବା ପାଇଁ ଦାୟୀ ନୁହେଁ । ସରକାର କୌଣସି ତଥ୍ୟ ଉପସ୍ଥାପନ କରିନାହାନ୍ତି । ଟିକା ନନେଇଥିବା ବ୍ୟକ୍ତିଙ୍କୁ କଟକଣା ଲଗେଇବା କଥା ନୁହେଁ ।

ତେବେ କରୋନାର ସଂଖ୍ୟା କମ୍ ଥିବା ଯାଏଁ ବର୍ତ୍ତମାନର ନିୟମରେ କୌଣସି ପରିବର୍ତ୍ତନ କରାନଯାଉ । ଏବଂ କରୋନା ଟିକା ନେଇନଥିବା ବ୍ୟକ୍ତିଙ୍କ ପାଇଁ କୌଣସି ପ୍ରକାର  କଟକଣା ଲାଗୁ କରାନଯାଉ ବୋଲି ବିଚାରପତି ଏଲ୍. ନାଗେଶ୍ୱର ରାଉଙ୍କ ଏବଂ ବିଆର ଗାଭିଙ୍କୁ ନେଇ ଗଠିତ ଖଣ୍ଡପୀଠ ପକ୍ଷରୁ ରାୟ ଦିଆଯାଇଛି । ଏହାସହିତ କୋଭିଡ ଟିକାକରଣର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ମଧ୍ୟ ଏକ ବ୍ୟବସ୍ଥା ମଧ୍ୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ସମ୍ପ୍ରତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳୁଛି । ଲଗାତାର ୩ ସପ୍ତାହ ହେବ ଉପରମୁହାଁ କରୋନା ସଂକ୍ରମଣ। ମୋଟ୍ ୨୦ ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଛି। ଗତ ସପ୍ତାହକରେ ୪୧ପ୍ରତିଶତ ବଢିଛି ସଂକ୍ରମଣ ହାର।  ତେବେ ଏକ ସପ୍ତାହକରେ ବଢିନି କୌଣସି ମୃତ୍ୟୁ ସଂଖ୍ୟା। ଶେଷ ସପ୍ତାହରେ ୨୯ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଦିନକରେ ୩୧୫୭ ନୂଆ କୋଭିଡ୍ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ ୨୫ରୁ ମେ ୧ ସପ୍ତାହକରେ ଦେଶରେ ୨୨ ହଜାର ୨୦୦ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପୂର୍ବ ସପ୍ତାହରୁ ୪୧ ପ୍ରତିଶତ ଅଧିକା ବୃଦ୍ଧି ପାଇଛି।

ଏଥିସହିତ ପଢ଼ନ୍ତୁ: ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ୧୫ଦଳୀୟ ନେତାଙ୍କ ଇସ୍ତଫା

Latest Posts

Don't Miss