ପୁଣି ଲଟକିଲା କୋଭାକ୍ସିନ୍‌ର ଭାଗ୍ୟ: WHO ଠାରୁ ମିଳିଲାନି ଜରୁରୀକାଳୀନ ଅନୁମତି

1 min read

ନୂଆଦିଲ୍ଲୀ: ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଲଟକିଲା କୋଭାକସିନର ଭାଗ୍ୟ । ଜରୁରୀକାଳୀନ ଅନୁମତି ପାଇଁ ମିଳିଲାନି WHOର ଗ୍ରୀନ ସିଗନାଲ । ଗତକାଲି ଏ ନେଇ WHOର ଟେକ୍ନିକାଲ୍ ଟିମର ବୈଠକ ବସିଥିଲା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକସିନର ସମସ୍ତ ରିପୋର୍ଟକୁ ନେଇ ତଜର୍ମା କରିଥିଲା ଟେକ୍ନିକାଲ୍ ଟିମ । ଏହି ଅବସରରେ ବରିଷ୍ଠ ବୈଜ୍ଞାନିକମାନେ ସମସ୍ତ ଦିଗକୁ ତଜର୍ମା କରିବା ପରେ ଭାରତ ବାୟୋଟେକକୁ ଅତିରିକ୍ତ ସ୍ପଷ୍ଟୀକରଣ ମାଗିଛନ୍ତି ।

ନଭେମ୍ବର ତିନି ତାରିଖରେ ପରବର୍ତ୍ତୀ ବୈଠକ ବସିବ । ଏଥିରେ କୋଭାକସିନକୁ ନେଇ ଆଲୋଚନା କରିବ WHO । ଏପ୍ରିଲ୍ ୧୯ ତାରିଖରେ କୋଭାକସିନର ଜରୁରିକାଳୀନ ଅନୁମତି ପାଇଁ WHO ପାଖରେ ଆବେଦନ କରିଥିଲା ଭାରତ ବାୟୋଟେକ୍ । ଏବେ ସାରା ଦେଶରେ ବୟସ୍କ ଓ ସାବାଳକଙ୍କୁ ଦିଆଯାଉଛି ଏହି କରୋନା ଟିକା । କରୋନାର ମୂଳ ଭ୍ୟାରିଆଣ୍ଟ ବିରୋଧରେ ୭୭.୮ ପ୍ରତିଶତ ଓ ଡେଲ୍ଟା ଭ୍ୟାରିଆଣ୍ଟ ବିରୋଧରେ ୬୫.୩ ପ୍ରତିଶତ ପ୍ରଭାବଶାଳୀ ଅଟେ ଭାରୟ ବାୟୋଟେକର କୋଭାକସିନ୍ ଟିକା ।

 

Leave a Reply