spot_img

Latest Posts

ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର: ମିଳୁନି ସିଗନାଲ, କନ୍ଦାଉଛି ନେଟୱର୍କ

ମିଳୁନି ସିଗନାଲ, କନ୍ଦାଉଛି ନେଟୱର୍କ । ସିଗନାଲ ପାଇଁ କିଏ ଗଛ ଉପରେ ତ କିଏ ଗଛ ତଳେ । ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଛି ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର । ବୌଦ୍ଧ ବ୍ଲକର ଚାରିଗୋଟି ପଞ୍ଚାୟତ ଆମ୍ବଝରି, ବଘିଆପଡ଼ା, ଶଗଡା ଓ ଗୁନ୍ଦୁଲିଆରେ ଲୋକଙ୍କୁ ମିଳୁନି ମୋବାଇଲ ସେବା । କଣ୍ଟାମାଳ ବ୍ଲକ ବରଗାଁ, ଉମା, ନାରାୟଣପ୍ରସାଦ, ଖୁଣ୍ଟିଗୋରା ଭଳି ଆଠଗୋଟି ପଞ୍ଚାୟତରେ ବି ଅବସ୍ଥା ସମାନ । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଏକ ଗଛ ଉପରେ ଚଢି ଲୋକେ ଜରୁରୀ କାମ କରିଥାନ୍ତି । ଆଉ କିଛି ପିଲା ଗଛ ତଳେ ପଟା ଉପରେ ମୋବାଇଲ ରଖି କଥା ହୋଇଥାନ୍ତି ।

ବର୍ତ୍ତମାନ 5ଜି ଯୁଗରେ ଲୋକେ ଯାଇ ଚନ୍ଦ୍ରରେ ପହଞ୍ଚିଲେଣି । ହେଲେ ଏଠାକାର ଲୋକେ ଏବେ ବି ଅନ୍ଧାରୀ ଜୀବନ ବିତାଉଛନ୍ତି । ଫୋନ ଆଉ ଇଣ୍ଟରନେଟ ସେବା ନମିଳିବାରୁ ପିଲା ଅନଲାଇନରେ ପାଠ ପଢିପାରୁନାହାନ୍ତି । ଲୋକେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକି ପାରୁନାହାନ୍ତି କି ନିଆଁ ଲାଗିଲେ ଦମକଳ କେନ୍ଦ୍ରକୁ ଫୋନ କରିପାରୁନାହାନ୍ତି । ସମସ୍ୟା ସଂପର୍କରେ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲେଣି ହେଲେ ଫଳ ଶୂନ ।

Latest Posts

Don't Miss