କରୋନାକୁ ଶେଷ କରିବା ପାଇଁ ଟିକାର ଆବଶ୍ୟକତା ନାହିଁ: ବୈଜ୍ଞାନିକ ଡା.ମାଇକେଲ ୟାଡୁନ୍
ନୂଆଦିଲ୍ଲୀ: କରୋନାକୁ ଶେଷ କରିବା ପାଇଁ କୌଣସି ଟିକାର ଆବଶ୍ୟକତା ନାହିଁ । କରୋନା ଟିକା ପ୍ରସ୍ତୁତିରେ ଆଗରେ ଥିବା ଆମେରିକାର ଫାର୍ମା କମ୍ପାନୀ ଫାଇଜରର ପୂର୍ବତନ ଉପସଭାପତି ତଥା ମୁଖ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ଲକଡାଉନ୍ ସ୍କେପ୍ଟିକ୍ସରେ ପ୍ରକାଶିତ ଏକ ଆର୍ଟିକିଲ୍ ଅନୁଯାୟୀ, ମହାମାରୀକୁ ମୂଳପୋଛ କରିବା ପାଇଁ କୌଣସି ଟିକା ଦେବାର ଆବଶ୍ୟକତା ନାହିଁ । ଟିକା ସମ୍ପର୍କରେ ଏପରି ନିର୍ବୋଧ କଥା ମୁଁ କେବେ ଶୁଣି ନାହିଁ ବୋଲି କହିଛନ୍ତି ଡା. ମାଇକେଲ ।
ସେ ଆହୁରି କହିଛନ୍ତି, ଯେଉଁ ଲୋକମାନେ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ନାହାନ୍ତି ସେମାନଙ୍କୁ କେବେ ବି ଟିକା ଦିଆଯିବା କଥା ନୁହେଁ । ଏହାଛଡ଼ା ବ୍ୟାପକ ହ୍ୟୁମାନ ଟ୍ରାଏଲ ବିନା ଲକ୍ଷ ଲକ୍ଷ ସୁସ୍ଥ ଲୋକଙ୍କୁ ଟିକା ଦେବା ପାଇଁ ସ୍ଥିର କରାଯିବା କେବେବି ଠିକ୍ ନୁହେଁ । କରୋନା କାଳରେ ଲକ୍ଡାଉନ୍ ଓ ଟିକାକୁ ନେଇ ଜରୁରିକାଳୀନ ପରିସ୍ଥିତି ପାଇଁ ବ୍ରିଟେନର ଏକ ସରକାରୀ ଏଜେନ୍ସି, ସାଇଣ୍ଟିଫିକ୍ ଆଡଭାଇଜର୍ ଗ୍ରୁପ୍ ଫର୍ ଏମର୍ଜେନ୍ସି କେନ୍ଦ୍ର ସରକାରଙ୍କୁ ଏନେଇ ପରାମର୍ଶ ଦେଇଥିଲା ।
ଅନ୍ୟପଟେ ଆସନ୍ତା ଜୁଲାଇ ସୁଦ୍ଧା ଦେଶବାସୀଙ୍କୁ ମିଳିବ କରୋନା ଟିକା । ଏନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ପ୍ରଥମେ ଦେଶବାସୀଙ୍କୁ ଟିକା ମିଳି ସାରିବା ପରେ ଅନ୍ୟ ଦେଶକୁ ଏହା ରପ୍ତାନି ହେବ ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦାର ପୁନାଓ୍ୱାଲା । ଦେଶବାସୀଙ୍କୁ ପ୍ରଥମେ ମିଳିବ ଅକ୍ସଫୋର୍ଡ ଟିକା । ଏହି ଟିକା ସୁରକ୍ଷିତ ରହିଛି । ପ୍ରତ୍ୟେକ ଦିନ ୫ ରୁ ୬ କୋଟି ଡୋଜ୍ ପ୍ରସ୍ତୁତ ହେଉଛି । ସମସ୍ତଙ୍କ ନିକଟକୁ କିଭଳି ସୁରୁଖୁରରେ ଟିକା ପହଞ୍ଚିବ ସେନେଇ ବ୍ୟବସ୍ଥା ଚାଲିଥିବା କହିଛନ୍ତି ପୁନାଓ୍ୱାଲା ।
ଜୁଲାଇ ମାସ ସୁଦ୍ଧା ୩୦ ରୁ ୪୦ ହଜାର କୋଟି ଟିକା ପ୍ରସ୍ତୁତ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଜରୁରୀକାଳିନ ପ୍ରୟୋଗ ପାଇଁ ଅନୁମତି ମଗାଯିବ ବୋଲି କହିଛନ୍ତି ପୁନାଓ୍ୱାଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ପ୍ରସ୍ତୁତି ନେଇ ପୁନେର ସେରମ୍ ଇନଷ୍ଟିଚ୍ୟୁଟରେ ସ୍ଥିତି ପରଖିବା ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି ଆଦାର ପୁନାଓ୍ୱାଲା ।