ଜରୁରୀ ଔଷଧ ତାଲିକାରୁ ହଟିଲା ୨୬ ଔଷଧ, ରାଣ୍ଟିଡିନ୍ ତାଲିକାରୁ ବାଦ୍

ନୂଆଦିଲ୍ଲୀ: ଆଉ ବଜାରରେ ମିଳିବନି ରାଣ୍ଟିଡିନ୍‌ ଔଷଧ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଜରୁରୀ ଔଷଧ ତାଲିକାରୁ ରାଣ୍ଟିଡିନକୁ ହଟାଯାଇଛି । ନ୍ୟାସନାଲ ଲିଷ୍ଟ ଅଫ୍ ଏସେନସିଆଲ ମେଡିସିନକୁ ନେଇ ସରକାରଙ୍କ ପକ୍ଷରୁ ତାଲିକା ଜାରି ହୋଇଛି । ଏଥିରେ ରାଣ୍ଟିଡିନ୍‌ ଟାବଲେଟକୁ ବାଦ ଦିଆଯାଇଛି । ଏହି ମେଡିସିନ୍‌ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି ।

ଅନେକ ସ୍ଥାନରେ ଏହି ମେଡିସିନରେ କ୍ୟାନସର ଉପାଦାନ ଥିବା ସ୍ପଷ୍ଟ ହେବା ପରେ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ମେଡିସିନକୁ ଡିସିଜିଆଇ ପକ୍ଷରୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ସାଧାରଣରେ ଏହି ଔଷଧକୁ ଗ୍ୟାସଟିକ୍ ସମସ୍ୟା ଦୂର କରିବା ପାଇଁ ଖାଇଥାନ୍ତି । ଏହି ଆଣ୍ଟାସିଡ୍ ବିଭିନ୍ନ ବ୍ରାଣ୍ଡରେ ବଜାରରେ ଉପଲବ୍ଧ ହେଉଥିବା ବେଳେ ସେଗୁଡିକର ମଧ୍ୟ ସ୍କୃଟିନି କରାଯାଉଛି । ଜାରି ହୋଇଥିବା ତାଲିକାରୁ ମୋଟ ୨୬ଟି ମେଡିସିନକୁ ବାଦ ଦିଆଯାଇଥିବା ବେଳେ ୩୪ଟି ନୂଆ ଔଷଧକୁ ସ୍ଥାନ ଦିଆଯାଇଛି ।