spot_img

Latest Posts

ଅମାନିଆଙ୍କୁ ତ୍ରାହି ନାହିଁ l ; ଏଣିକି ୫ ଥର ଚାଲାଣ କଟିଲେ ବାତିଲ୍ ହେବ ଡ୍ରାଇଭିଂ ଲାଇସେନ୍ସ

ନନ୍ଦିଘୋଷ ବ୍ୟୁରୋ : ଅମାନିଆଙ୍କୁ ତ୍ରାହି ନାହିଁ । ଏଣିକି ୫ ଥର ଚାଲାଣ କଟିଲେ ବାତିଲ୍ ହେବ ଡ୍ରାଇଭିଂ ଲାଇସେନ୍ସ । ୩ ମାସ ପାଇଁ ଗାଡ଼ି ଚଲାଇ ପାରିବେନି ଗାଡ଼ି ମାଲିକ। ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ । ଅମାନିଆଙ୍କୁ ସାବାଡ଼ ପାଇଁ କଠୋର ହେଲା ବିଭାଗ । ଗୋଟିଏ ବର୍ଷରେ ୫ କିମ୍ବା ତାଠାରୁ ଅଧିକ ଟ୍ରାଫିକ୍ ନିୟମ ଭଙ୍ଗ କଲେ ଏବେ ୩ ମାସ ପାଇଁ ଗାଡ଼ି ଚଲାଇବାରୁ ବାରଣ କରାଯାଇପାରିବ । ଅଭ୍ୟାସଗତ ତ୍ରୁଟିପୂର୍ଣ୍ଣ ଚାଳକମାନଙ୍କ ଉପରେ ଲଗାମ ଲଗାଇବାକୁ ଏପରି ଏକ ପଦକ୍ଷେପ ନିଆଯାଇଛି । ମୋଟର ଯାନ ନିୟମରେ ସଂଶୋଧନ କରାଯାଇ ସଡ଼କ ପରିବହନ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଫଳରେ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ କୁହାଯାଇଛି । ଅମାନିଆ ଚାଳକଙ୍କ ଲାଇସେନ୍ସ ରଦ୍ଦ କରିପାରିବ RTO । ଜିଲ୍ଲା ପରିବହନ କାର୍ଯ୍ୟାଳୟକୁ ମଧ୍ୟ ଏପରି ପଦକ୍ଷେପ ନେବାକୁ କୁହାଯାଇଛି । ନୂଆ ଟ୍ରାଫିକ୍ ନିୟମରେ ଆହୁରି ମଧ୍ୟ କୁହାଯାଇଛି, କର୍ତ୍ତୃପକ୍ଷ ଲାଇସେନ୍ସ ଧାରୀଙ୍କୁ ଶୁଣାଣିର ସୁଯୋଗ ଦେବା ଆବଶ୍ୟକ । ପୂର୍ବରୁ ଟ୍ରାଫିକ୍ ନିୟମରେ ଅମାନିଆଙ୍କ ପାଇଁ ୨୪ଟି ବ୍ୟବସ୍ଥା ରହିଥିଲା । ଯେଉଁଥିରେ ଗାଡ଼ି ଚୋରି, ଯାତ୍ରୀଙ୍କ ଉପରେ ଆକ୍ରମଣ, ଯାତ୍ରୀଙ୍କୁ ଅପହରଣ, ଅଧିକ ବେଗରେ ଗାଡ଼ି ଚାଳନା, ଓଭରଲୋଡିଂ ଏବଂ ସାର୍ବଜନୀନ ସ୍ଥାନରେ ଗାଡ଼ି ପାର୍କିଂ କରିବା ଭଳି ଦଣ୍ଡନୀୟ ନିୟମ କରାଯାଇଥିଲା । ଏହାଛଡ଼ା ଛଡ଼ା ଏବେ ହେଲମେଟ ନ ପିନ୍ଧିବା, ସିଟ୍ ବେଲ୍ଟ ନବାନ୍ଧିବା ଏବଂ ଲାଲ ସିଗନାଲ ଡେଇଁବା ଭଳି ୫ କିମ୍ବା ତାଠାରୁ ଅଧିକ ଟ୍ରାଫିକ୍ ନିୟମ ଭାଙ୍ଗିଲେ DL ବାତିଲ ପାଇଁ ନିଷ୍ପତ୍ତି ନେଇଛି ବିଭାଗ ।

Latest Posts

Don't Miss