spot_img

Latest Posts

ପଙ୍ଗୁ ପାଲଟିଛି ରାଜ୍ୟ ଯୋଜନା ବୋର୍ଡ: ୧୯ ମାସ ପରେ ବି କେହି ନାହାନ୍ତି ସଦସ୍ୟ

ପଙ୍ଗୁ ପାଲଟିଛି ରାଜ୍ୟ ଯୋଜନା ବୋର୍ଡ । ୧୯ ମାସ ପରେ ବି କେହି ନାହାନ୍ତି ସଦସ୍ୟ । ଖାଲି ପଡ଼ିଛି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ । ବିଜେପି ସରକାରକୁ ଟାର୍ଗେଟ୍ କଲେ ବିରୋଧୀ । କିଏ ଆଙ୍କିବ ଜିଲ୍ଲା ବିକାଶର ନକ୍ସା। ୧୯ ମାସ ହେବ ଜିଲ୍ଲା ଯୋଜନା ବୋର୍ଡର ହୋଇନି ପୁନର୍ଗଠନ। ଜିଲ୍ଲାର କଣ ଆବଶ୍ୟକ ଓ ବିକାଶ କାମ କିପରି ତ୍ବରାନ୍ବିତ ହେବ ସେକଥା ବୁଝିବାକୁ କେହି ନାହାନ୍ତି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗାଁ ଗାଁରେ ସଂପୂର୍ଣ୍ଣ ଠପ୍ ହୋଇଛି ବିକାଶ କାମ। ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ବିଜେପି ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଏହାକୁ ସଠିକ ଭାବେ କାର୍ଯ୍ୟକାରି କରିପାରୁ ନାହାନ୍ତି। ଯୋଜନା ବୋର୍ଡ ଗଠନ କରାଯାଇ ନଥିବାରୁ ଜିଲ୍ଲାର ଆବଶ୍ୟକତା ଓ ଭୌଗୋଳିକ ସ୍ଥିତିକୁ ନେଇ କୌଣସି ଯୋଜନା ପ୍ରସ୍ତୁତ ହୋଇପାରୁନାହିଁ। ଏପରି ବିଜେଟରେ ବ୍ୟୟ ବରାଦ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇପାରୁନଥିବା ଅଭିଯୋଗ କରିଛି ବିଜେଡି। କେବଳ ଜିଲ୍ଲାସ୍ତରରେ ନୁହେଁ, ରାଜ୍ୟସ୍ତରରେ ମଧ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଖାଲି ପଡ଼ିଛି। ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଲୋକଙ୍କ ପାଇଁ କଣ କରୁଛି ତାହା ଏଥିରୁ ସ୍ପଷ୍ଟ ହୋଇଛି ବୋଲି କହିଛି ବିଜେଡି।

୨୦୨୪ ଜୁଲାଇ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଯୋଜନା ବୋର୍ଡ ସଦସ୍ୟ ଓ କି ପଦବୀ ପୂରଣ କରୁନାହାନ୍ତି। ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ବିଧାୟକ ସରୋଜ ପାଢ଼ୀ କିନ୍ତୁ ଏନେଇ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି। ଯୋଜନା ବୋର୍ଡ ନହେଲେ କଣ କାମ ହେବ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ବିଜେପି ବିଧାୟକଙ୍କ ଏପରି ଯୁକ୍ତିକୁ ସମାଲୋଚନା କରିଛି କଂଗ୍ରେସ। ୬ଟି ମନ୍ତ୍ରୀ ପଦ ପୂରଣ ସହ ଖାଲି ପଡିଥିବା ନିଗମ ଓ ବୋର୍ଡ ବିଜେପି ଗଠନ କରିପାରୁନଥିବାରୁ ଶାସକ ଦଳକୁ ଘେରିଛନ୍ତି ବିରୋଧୀ।

Latest Posts

Don't Miss